30.1 C
Bhubaneswar
Monday, May 20, 2024
Homeଅପରାଧସ୍ପା ସେଣ୍ଟର ନାଁରେ ଚାଲିଥିଲା ଦେହ ବ୍ୟବସାୟ; ଶେଷରେ....

ସ୍ପା ସେଣ୍ଟର ନାଁରେ ଚାଲିଥିଲା ଦେହ ବ୍ୟବସାୟ; ଶେଷରେ….

ବେଙ୍ଗାଲୁରୁ: ସ୍ପା ସେଣ୍ଟର ନାଁରେ ଦେହ ବ୍ୟବସାୟ କରାବାର । ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଶନିବାର ବିଳମ୍ବିତ ରାତିରେ ଦେହ ବ୍ୟବସାୟ କାରବାର ଉପରେ ଚଢ଼ାଉ କରିଛି । ଚଢାଉ ବେଳେ ଆନ୍ତଃରାଜ୍ୟ ଓ ଦେଶ ବାହାରୁ ଆସିଥିବା ମୋଟ ୪୪ ଜଣ ରୂପଜୀବିଙ୍କୁ ଉଦ୍ଧାର କରିଛି ପୋଲିସ । ଏହାସହ ଏହି ମାମଲାରେ ୩୪ ଜଣ ମହିଳାଙ୍କ ସହ ସ୍ପା ସେଣ୍ଟର ମାଲିକଙ୍କୁ ଥାନାରେ ଅଟକ ରଖାଯାଇଛି । ସେପଟେ ପୋଲିସ ଏହି ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ କର୍ଣ୍ଣାଟକ ମହାଦେବପୁର ଥାନା ଅଞ୍ଚଳରେ ସ୍ପା ସେଣ୍ଟରେ ଆଳରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକ ବେଙ୍ଗାଲୁରୁର ମହାଦେବପୁର ଥାନା ଅଞ୍ଚଳ ଅଧୀନ ଏକ ସ୍ପା ସେଣ୍ଟର ଆଳରେ ବେଧଡ଼କ ଭାବରେ ଦେହ ବ୍ୟବସାୟ ଚାଲିଥିବା ନେଇ ଖବର ପାଇଥିଲା ପୋଲିସ । ଏନେଇ ସୂଚନା ପାଇବା ପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚର ମହିଳା ସୁରକ୍ଷା ବିଭାଗର ଅଧିକାରୀମାନେ ଉକ୍ତ ସ୍ପା ସେଣ୍ଟର ଉପରେ ଚଢାଉ କରିଥିଲେ । ଦୀର୍ଘ ୪ ଘଣ୍ଟା ଧରି ଚଢାଉ କରିଥିବା ବେଳେ ସ୍ପା ସେଣ୍ଟରରୁ କର୍ଣ୍ଣାଟକ ଏବଂ ବାହାର ଦେଶର ମୋଟ ୪୪ ଜଣ ରୂପଜିବୀଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୩୪ ଜଣ ରୂପଜିବୀଙ୍କୁ ଅଟକ ରଖାଯାଇଛି । ଏହାସହ ସ୍ପା ସେଣ୍ଟର ନାଁରେ ଏହି ରାକେଟ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଅନିଲକୁ ଗିରଫ କରାଯାଇଛି ।

ପୋଲିସର କହିବାନୁସାରେ ଅଭିଯୁକ୍ତ ଅନିଲ ବେଙ୍ଗାଲୁରୁ ମହାଦେବପୁର ଥାନା ଅଞ୍ଚଳର ଏକ ବିଲ୍ଡିଂର ପ୍ରଥମ ଓ ଷଷ୍ଠ ମହଲାରେ ଏକ ସ୍ପା ସେଣ୍ଟର ଚଲାଉଥିଲା । ତେବେ ଏହି ସ୍ପା ସେଣ୍ଟର ନାଁରେ ସେଠାରେ ଦେହ ବ୍ୟବସାୟ କାରବାର କରାଯାଉଥିଲା । ଅନିଲ କର୍ଣ୍ଣାଟକ ଏବଂ ଦେଶ ବାହାରୁ ଯୁବତୀଙ୍କୁ ଆଣି ସ୍ପା ସେଣ୍ଟରରେ ଦେହ ବ୍ୟବସାୟ କାରବାରରେ ନିୟୋଜିତ କରୁଥିଲା । ଅଭିଯୁକ୍ତ ଅନିଲ ଅନ୍ୟ ଏକ ରାଜ୍ୟରୁ ଆସି ବେଙ୍ଗାଲୁରୁରେ ଏହି ସ୍ପା ସେଣ୍ଟର ଚଳାଉଥିଲା । ବର୍ତ୍ତମାନ ଅନିଲକୁ ଗିରଫ କରାଯାଇଥିବା ବେଳେ ଏହାକୁ ନେଇ ମହାଦେବପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking