31.1 C
Bhubaneswar
Tuesday, March 17, 2026
Homeଓଡିଶାକୂଳକୁ ଫେରିଲା ବେଳେ ବୁଡ଼ିଲା ଡଙ୍ଗା

କୂଳକୁ ଫେରିଲା ବେଳେ ବୁଡ଼ିଲା ଡଙ୍ଗା

ଭଦ୍ରକ: ଜିଲ୍ଲା ଧାମରା ବନ୍ଦର ନିକଟରେ ଆଜି ଏକ ଅଘଟଣ ଘଟିଛି। ବୈତରଣୀ ମୁହାଣରେ ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ତେବେ ସେଥିରେ ଥିବା ସମସ୍ତ ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାଯାଇଛି।ଦୀଘା ଅଞ୍ଚଳର ୧୦ ମତ୍ସ୍ୟଜୀବୀ କିଛି ଦିନ ହେବ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ। ମାତ୍ର କୂଳ ପାଖରେ ପହଞ୍ଚିବା ପରେ ଭାରସାମ୍ୟ ହରାଇ ବୋଟ୍‌ଟି ଉପରକୁ ଉଠି ପାରି ନ ଥିଲା। ଫଳରେ ତାହା ପାଣିରେ ବୁଡ଼ି ଯାଇଥିଲା। ଖବର ପାଇ ମେରାଇନ୍‌ ପୁଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ବୋଟ୍‌ରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବାତ୍ୟା ସୂଚନା ପାଇ ସେମାନେ ଧାମରାକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking