17.1 C
Bhubaneswar
Sunday, November 24, 2024
Homeଅପରାଧରକ୍ତ ସମ୍ପର୍କରେ ଲାଗିଲା ଛିଟା !

ରକ୍ତ ସମ୍ପର୍କରେ ଲାଗିଲା ଛିଟା !

ମୁମ୍ବାଇ: ଯାହାକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କଲା ତା’ର ଜୀବନ ନେବାକୁ ପଛାଇଲା ନାହିଁ । ପାରିବାରିକ କହଳର ରାଗ ନିଜ ପିଲା ଉପରେ ସୁଝାଇଲା ମାଆ । 5 ମାସର ଶିଶୁପୁତ୍ରକୁ ମାରି କୂଅରେ ଫିଙ୍ଗି ଦେଲା ମାଆ। ମହାରାଷ୍ଟ୍ର କୌପଗାଓଁ ଥାନା ଅନ୍ତର୍ଗତ ଅହମ୍ମଦନଗରରେ ଏପରି ଅଭାବନୀୟ ଘଟଣା ଘଟିଛି । ପୋଲିସ ଅଭିଯୁକ୍ତ ମାଆକୁ ଅଟକ ରଖିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପୋଲିସ ସୂଚନା ଅନୁସାରେ, କୌପଗାଓଁ ତାଲୁକା କରବାଡିର ସୁରଜ ଓ ଗାୟତ୍ରୀ ନାମକ ଦମ୍ପତି ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଗାୟତ୍ରୀଙ୍କ ଅନ୍ୟ ଯୁବକଙ୍କ ସହ ସମ୍ପର୍କ ଥିବା ନେଇ ସନ୍ଦେହ କରିଥିଲେ ସୁରଜ । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗୁଥିଲା । ଏଥିରେ ଉତ୍ୟକ୍ତ ହୋଇ ପଡିଥିଲା ଗାୟତ୍ରୀ । ସବୁ ରାଗ ତା’ର କଅଁଳ ନିଷ୍ପାପ ଶିଶୁପୁତ୍ର ଶୁଭମ ଉପରେ ସୁଝାଇ ଦେଲା । ଜନ୍ମକଲା ପିଲାର ତଣ୍ଟି ଚିପି ହତ୍ୟା କରିବା ପରେ କୂଅରେ ଫିଙ୍ଗି ଦେଲା ମାଆ । ଏପରିକି ଘଟଣାକୁ ଭିନ୍ନ ରୂପ ଦେବାକୁ ପିଲାର ଅପହରଣ ହୋଇଥିବା ନେଇ ନାଟକ ରଚିଥିଲା । ପିଲାକୁ ଖୋଜାଖୋଜି କରିବା ପରେ କିଛି ପତ୍ତା ମିଳି ନଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking