33.1 C
Bhubaneswar
Saturday, October 5, 2024
Homeଅପରାଧବାଂଲାଦେଶରେ ହିନ୍ଦୁ ଯୁବତୀଙ୍କ ମୁଣ୍ଡକାଟି ହତ୍ୟା

ବାଂଲାଦେଶରେ ହିନ୍ଦୁ ଯୁବତୀଙ୍କ ମୁଣ୍ଡକାଟି ହତ୍ୟା

ଢାକା : ଦିଲ୍ଲୀର ଶ୍ରଦ୍ଧା ୱାକର୍ ହତ୍ୟାକାଣ୍ଡ ପରି ବାଂଲାଦେଶର ଖୁଲ୍‌ନାରେ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି । ଏକ ବିବାହିତ ଯୁବକ ହିନ୍ଦୁ ପ୍ରେମିକାଙ୍କ ମୁଣ୍ଡକାଟି ହତ୍ୟା କରିଛି । ଏହାପରେ ଶବକୁ ଟୁକୁଡ଼ା ଟୁକୁଡ଼ା କରି ନାଳରେ ଭସାଇ ଦେଇଛି । ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ବାଂଲାଦେଶ ପୋଷ୍ଟ ଅନୁସାରେ ମୃତ ଯୁବତୀଙ୍କ ନାମ କବିତା ଓ ଅଭିଯୁକ୍ତ ନାମ ଅବୁ ବକର । ଅଭିଯୁକ୍ତ ପୁଲିସକୁ କହିଛି, ବହୁଦିନ ଧରି କବିତା ଓ ତା ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ବିତସ୍ପୃତ ହୋଇ ସେ କବିତାକୁ ହତ୍ୟା କରିଛି ।

ବାଂଲାଦେଶ ପୁଲିସ କହିଛି, କବିତା ଏବଂ ଅବୁ ରିଲେଶନ୍‌ରେ ଥିଲେ । ଅବୁ ବିବାହିତ ବୋଲି ପ୍ରଥମରୁ କବିତା ଜାଣିନଥିଲା । ଅବୁ ଏ ସମ୍ପର୍କରେ ତାଙ୍କୁ କିଛି କହି ବି ନଥିଲା । ଅବୁ ତାଙ୍କୁ ଧୋକା ଦେଇଛି ଜାଣିବା ପରେ କବିତା ଏହାର ବିରୋଧ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରତ୍ୟହ କଳି ଝଗଡ଼ା ହେଉଥିଲା । ଏହାପରେ କବିତାକୁ ରାସ୍ତାରୁ ହଟାଇବା ପାଇଁ ଅବୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ସେ କବିତାର ମୁଣ୍ଡକାଟି ହତ୍ୟା କରିଥିଲା । ଏହାପରେ ଶରୀରକୁ ୩ ଭାଗ କରି ଏକ ବ୍ୟାଗ୍‌ରେ ରଖିଥିଲା । ପରେ ଏହାକୁ ନାଳରେ ଭସାଇ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking