27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶନୃଶଂସ ସ୍ୱାମୀର ବର୍ବର କାଣ୍ଡ; ସ୍ତ୍ରୀକୁ ହତ୍ୟା ପରେ କରିଦେଲା ୨୨୪ ଖଣ୍ଡ

ନୃଶଂସ ସ୍ୱାମୀର ବର୍ବର କାଣ୍ଡ; ସ୍ତ୍ରୀକୁ ହତ୍ୟା ପରେ କରିଦେଲା ୨୨୪ ଖଣ୍ଡ

ଲଣ୍ଡନ: ନୃଶଂସ, ବର୍ବର, ଅମାନୁଷିକ । ବ୍ରିଟେନରୁ ସାମ୍ନାକୁ ଆସିଛି ଛାତିକୁ ଥରାଇ ଦେବା ପରି ଘଟଣା । ନୃଶଂସ ସ୍ୱାମୀ ଘଟାଇଲା ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀ ହତ୍ୟା ପରେ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ଦେଲା ଅଭିଯୁକ୍ତ । ୨୨୪ ଖଣ୍ଡ କରି ଫ୍ରିଜରେ ରଖିଥିଲା । ବ୍ୟାଗରେ ମାଂସ ଖଣ୍ଡକୁ ନେଇ ନଦୀରେ ଭିଙ୍ଗୁଥିଲା । ବ୍ରିଟେନରେ ଘଟିଥିବା ଏହି ହତ୍ୟାକାଣ୍ଡ ପୁରା ବିଶ୍ୱକୁ ଚକିତ କରି ଦେଇଛି । ଗତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ଏହି ଘଟଣା ଘଟିଥିଲା । ହତ୍ୟାକାଣ୍ଡର ଏକ ବର୍ଷ ପରେ ଗତକାଲି ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ସ୍ୱାମୀ । ଅଭିଯୁକ୍ତ ଜଣଙ୍କ ହେଉଛି ୨୮ ବର୍ଷୀୟ ନିକୋଲସ ମେଟସନ । ତାଙ୍କ ମୃତ ସ୍ତ୍ରୀ ହେଉଛନ୍ତି ୨୬ ବର୍ଷୀୟା ହାଲି ବ୍ରାମଲି ।

ପତ୍ନୀଙ୍କୁ ହତ୍ୟା କରିଥିବାରୁ ମେଟସନ ବର୍ତ୍ତମାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି । ସ୍ତ୍ରୀକୁ ହତ୍ୟା କରିବା ପରେ ମୃତ ଶରୀରରୁ ମେଟସନ ଛୁରୀ ମାଧ୍ୟମରେ ବାଥରୁମରେ ଖଣ୍ଡ ଖଣ୍ଡ କରିଥିଲା । ଏହାପରେ ସେଗୁଡିକୁ ଏକ ପ୍ଲାଷ୍ଟିକ ବ୍ୟାଟରେ ରୋଷେଇ ଘରେ ଥିବା ଫ୍ରିଜରେ ରଖିଥିଲା । ୭ ଦିନ ମଧ୍ୟରେ ଶରୀରର ଖଣ୍ଡ ଗୁଡିକୁ ଅଭିଯୁକ୍ତ ତାର ସାଙ୍ଗ ସାହାଯ୍ୟରେ ନଦୀରେ ଫୋପାଡିଥିଲା । ଏଥି ପାଇଁ ସେ ତାର ସାଙ୍ଗରୁ ୫ ହଜାର ଟଙ୍କା ଦେଇଥିଲା ।ୱିଥାମ ନଦୀରେ ଅଭିଯୁକ୍ତ ପ୍ଲାଷ୍ଟିକ ବ୍ୟାଗ ଗୁଡିକ ଫୋପାଡି ଦେଇଥିବାକୁ ସେ ଗୁଡିକୁ ଭାସ ମାନ ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ଲୋକେ । ଗୋଟିଏ ବ୍ୟାଗରେ ହାତ ଅନ୍ୟଟିରେ ମୁଣ୍ଡ ରହିଥିଲା । ମୃତ ଶରୀରର ୨୨୪ ଖଣ୍ଡ ଜବତ ହୋଇଛି ।

ମୃତଦେହକୁ ଏପରି କଟାଯାଇଥିଲା ଯେ ମୃତ୍ୟୁର କାରଣ ଖୋଜିବା ଅସମ୍ଭବ ବୋଲି କୋର୍ଟ କହିଛନ୍ତି । ମୃତ ବ୍ରାମଲିଙ୍କ ମାଆ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ ଝିଅ ମାତ୍ର ୧୬ ମାସ ହେଲା ବିବାହ କରିଥିଲା । ତାର ରାକ୍ଷସ ସ୍ୱାମୀ ପରିବାର ଲୋକଙ୍କୁ ଭେଟିବାକୁ ମୋ ଝିଅକୁ ଛାଡୁନଥିଲା । ହତ୍ୟାକାଣ୍ଡ ପୂର୍ବରୁ ଦୁଇ ଜଣ ଅଲଗା ହେବା ନେଇ ନିଷ୍ପତ୍ତି ହୋଇଥିଲା । ପତ୍ନୀକୁ ହତ୍ୟା କରିବା ପରେ ଲାଭ କଣ ମିଳିବ ଏବଂ ମୃତ୍ୟୁ ପରେ ସ୍ତ୍ରୀ ଡରାଇବ କି ନାହିଁ ଏମିତି ପ୍ରଶ୍ନ ଅଭିଯୁକ୍ତ ଗୁଗୁଲରେ ସର୍ଚ୍ଚ କରିଥିଲା । ଗତ ବର୍ଷ ମାର୍ଚ୍ଚ ମାସରେ ପୋଲିସ ଏହି ହତ୍ୟାକାଣ୍ଡ ବିଷୟରେ ଖବର ପାଇଥିଲା । ଏହାପରେ ଅଭିଯୁକ୍ତର ଘରେ ପହଞ୍ଚିବା ପରେ ସେ ପୋଲିସକୁ ତାର ପତ୍ନୀ ଖଟ ତଳେ ଥିବା କହିଥିଲା । ପରେ ପୁରା ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ହତ୍ୟାକାଣ୍ଡର ଏକ ବର୍ଷ ପରେ ନିଜ ଦୋଷ ମାନିଛି ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking