ଭୁବନେଶ୍ୱର : ଭୀଷଣ ଖରାରେ ସିଝୁଛି ଓଡ଼ିଶା। 8 ଟି ଜିଲ୍ଲାରେ ବର୍ତ୍ତମାନ ଦିନ ତାପମାତ୍ରା 36 ଡିଗ୍ରୀ ସେଲସିୟସ ଉପରେ ରହିଛି। ସର୍ବୋଚ୍ଚ ଦିନ ତାପମାତ୍ରା ବଲାଙ୍ଗୀର ଠାରେ 36.5ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରେ 35.6 ଡିଗ୍ରୀ ସେଲସିୟସ ଏବଂ କଟକରେ 35.2 ଡିଗ୍ରୀ ସେଲସିୟସ ରେକର୍ଡ କାରଯାଇଛି।
ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଟାଣ ଖରା ହେଲେ ହେଁ ତାପମାତ୍ରା ବଢ଼ିବନି, ସ୍ଥିର ରହିବ। ବିଶେଷ ଗରମ କି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା। ଫୁଲବାଣୀ ଏବେ ବି ରାଜ୍ୟର ଥଣ୍ଡା ସହର ଭାବେ ରେକର୍ଡ କାଏମ୍ ରଖିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି।