19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ୬ ମୃତଦେହ ଉଦ୍ଧାର, ଏବେ ବି ୨୩ ନିଖୋଜ

ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ୬ ମୃତଦେହ ଉଦ୍ଧାର, ଏବେ ବି ୨୩ ନିଖୋଜ

ବ୍ୟାଙ୍କକ୍ : ଥାଇଲାଣ୍ଡ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣାକୁ ୩ ଦିନ ହୋଇଯାଇଥିଲେ ବି ଏବେ ବି ୨୩ ଜଣ ନିଖୋଜ ଅଛନ୍ତି । ସେମାନଙ୍କ ଜୀବିତ ରହିବା ସମ୍ଭାବନା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ୨୯ ଜଣ ନିଖୋଜ ଥିବାବେଳେ ବୁଧବାର ସକାଳେ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୨୩ ଜଣଙ୍କ ସନ୍ଧାନ କାର୍ଯ୍ୟ ଏବେ ବି ଜାରି ରହିଛି । ସେମାନଙ୍କ ସନ୍ଧାନ ପାଇଁ ନୌସେନା ପକ୍ଷରୁ ଏକ ସମୁଦ୍ର ତଳରେ ଚାଲୁଥିବା ଡ୍ରୋନ ‘ସିଫକ୍ସ’ ମୁତୟନ କରାଯାଇଛି । ସିଫକ୍ସ ଜାହାଜ ନିକଟରେ ପହଞ୍ଚିବା ପରେ ଜାହାଜ ଅଭ୍ୟନ୍ତରରେ ପଶି ତାହାର ଯାଞ୍ଚ କରିବ । ଭିତରେ ଯଦି କିଏ ଫସି ରହିଛନ୍ତି ସେମାନଙ୍କ ସନ୍ଧାନ କରିବ । ରବିବାର ବିଳମ୍ବିତ ରାତିରେ ଏହି ଯୁଦ୍ଧ ଜାହାଜ ଥାଇଲାଣ୍ଡ ଉପସାଗର ନିକଟରେ ଯାଉଥିବାବେଳେ ଏକ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲା । ପ୍ରାଚୁଆପ୍ ଖିରି ଖାନ ନାମକ ଉପକୂଳ ନିକଟରେ ଥିବାବେଳେ ଜାହାଜରେ ପାଣି ପଶିଯାଇଥିଲା । ଜାହାଜର ପାୱାର କଣ୍ଟ୍ରୋଲରେ ପାଣି ପଶିଯିବାରୁ ଜାହାଜର ବିଦ୍ୟୁତ ସରବାରହ ବନ୍ଦ ହୋଇଯାଇଥିଲା । ଏହା ପରେ ଜାହାଜର ଇଂଜିନ ବନ୍ଦ ହୋଇ ତାହା ବୁଡ଼ିଯାଇଥିଲା । ବୁଡ଼ିଯାଇଥିବା ଜାହାଜରେ ୧୦୬ ଜଣ ଲୋକ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking