ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତରେ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ବିଶ୍ୱକପ୍ ପରେ ଗସ୍ତ କରିବ । ଏଥିପାଇଁ ନ୍ୟୁଜିଲାଣ୍ଡ ପକ୍ଷରୁ ଘୋଷିତ ଦଳରେ ପାଇଁ ରଚିନ ରବୀନ୍ଦ୍ର ଓ ଗ୍ଲେନ୍ ଫିଲିପ୍ସଙ୍କ ସମେତ ପାଞ୍ଚ ଜଣ ସ୍ପିନ୍ ବୋଲରଙ୍କୁ ଦଳରେ ସାମିଲ କରିଛି । ୨୦୨୨ ଜାନୁଆରିରେ ମାଉଣ୍ଟ ମାଉଙ୍ଗାନୁଇରେ ବାଂଲାଦେଶଠାରୁ ଲଜ୍ଜାଜନକ ପରାଜୟ ପରେ ଟେଷ୍ଟ୍ ଦଳରୁ ବାଦ୍ ପଡ଼ିଥିବା ରବୀନ୍ଦ୍ରଙ୍କୁ ଏବେ ପୁଣି ଥରେ ଦଳରେ ସୁଯୋଗ ଦିଆଯାଇଛି । ଚଳିତ ବିଶ୍ୱକପରେ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଖେଳାଳି ଭାବେ ଦିନିକିଆ ତିନିଟି ଶତକ ହାସଲ କରିଛନ୍ତି ।
ଏହା ସହ ସର୍ବାଧିକ ସ୍କୋର ମଧ୍ୟ କରିଛନ୍ତି । ସେହିପରି ୨୦୨୧ ଜୁନ୍ ପରେ ପ୍ରଥମଥର ପାଇଁ ମିଚେଲ ସାଣ୍ଟନରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ସାଣ୍ଟନର ୨୦୨୨-୨୩ ପ୍ଲଙ୍କେଟ୍ ସିଲ୍ଡରେ ନର୍ଦନ ଡିଷ୍ଟ୍ରିକ୍ଟ ପକ୍ଷରୁ ତିନିଟି ମ୍ୟାଚ୍ ଖେଳି ୧୫ ୱିକେଟ୍ ଓ ୩୧୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟତମ ସ୍ପିନର ଏଜାଜ୍ ପଟେଲ୍ଙ୍କୁ ମଧ୍ୟ ଲଙ୍ଗ୍ ଫର୍ମାଟ୍ ଫର୍ମାଟ୍ରେ ସାମିଲ କରାଯାଇଛି । ନ୍ୟୁଜିଲାଣ୍ଡର ଚୟନକର୍ତ୍ତା ସାମ୍ ୱେଲ୍ସ କହିଛନ୍ତି, ବାଂଲାଦେଶରେ ଲଢ଼ିବା ପାଇଁ ଆମ ପାଖରେ ଏଜାଜ୍, ଇସ୍, ମିଚ୍, ଗ୍ଲେନ୍ ଓ ରାଚିନଙ୍କ ଏକ ଶକ୍ତିଶାଳୀ ସ୍ପିନ୍ ଗ୍ରୁପ୍ ରହିଛି । ଯାହା ସିରିଜ୍ ସମୟରେ ନ୍ୟୁଜିଲାଣ୍ଡକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ।
ତେବେ ଟ୍ରେଣ୍ଟ ବୋଲ୍ଟ ଏହି ଗସ୍ତରୁ ଓହରିଛନ୍ତି । ଦଶ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ବାଂଲାଦେଶ ଟେଷ୍ଟ୍ ଗସ୍ତ ହେବ । ୨୦୨୦ରେ ନ୍ୟୁଜିଲାଣ୍ଡର ବାଂଲା ଗସ୍ତ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କୋଭିଡ୍-୧୯ ଯୋଗୁ ତାହା ବାତିଲ ହୋଇଯାଇଥିଲା । କେନ୍ ୱିଲିଅମ୍ସନ୍ଙ୍କ ବଦଳରେ ଟିମ୍ ସାଉଦିଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଛି ।
ଘୋଷିତ ଦଳ: ଟିମ୍ ସାଉଦି (ଅଧିନାୟକ), ଟମ୍ ବ୍ଲଣ୍ଡେଲ୍ (ୱିକେଟକିପର), ଡେଭନ କନୱେ, ମ୍ୟାଟ୍ ହେନରୀ, କାଇଲ ଜେମିସନ୍, ଟମ୍ ଲାଥମ, ଡାରେଲ୍ ମିଚେଲ୍, ହେନରୀ ନିକୋଲ୍ସ, ଏଜାଜ୍ ପଟେଲ୍, ଗ୍ଲେନ୍ ଫିଲିପ୍ସ, ରାଚିନ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର, ଇସ୍ ସୋଧି, କେନ୍ ୱିଲିଅମସନ୍, ୱିଲ ୟଙ୍ଗ୍ ।