29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଶ୍ରୀନଗରରେ ଆତଙ୍କୀଙ୍କ ସାହାଯ୍ୟକାରୀ ଡିଏସ୍‌ପି ଗିରଫ

ଶ୍ରୀନଗରରେ ଆତଙ୍କୀଙ୍କ ସାହାଯ୍ୟକାରୀ ଡିଏସ୍‌ପି ଗିରଫ

ଶ୍ରୀନଗର: ଆତଙ୍କୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗରେ ଗୁରୁବାର ସସ୍‌ପେଣ୍ଡ୍ ଡିଏସ୍‌ପି ଆଦିଲ୍ ମୁସ୍ତାକଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଶୁକ୍ରବାର ଗିରଫ କରିଛି । ଗିରଫ ଡିଏସ୍‌ପି ଆଦିଲଙ୍କ ବିରୋଧରେ ଆତଙ୍କୀ ଗତିବିଧିରେ ସାମିଲ ଜଣେ ଅଭିଯୁକ୍ତ ମୁଜାମିଲ୍ ଜହୁର୍‌ଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ୍ ନେବା ସହିତ ଜଣେ ପୁଲିସ ଅଧିକାରୀଙ୍କୁ ଫସାଇବା ଅଭିଯୋଗ ହୋଇଛି । ଡିଏସ୍‌ପି ଆଦି ଅଭିଯୁକ୍ତ ଜହୁର ସହିତ ଲଗାତାର ସମ୍ପର୍କରେ ଥିଲେ ଏବଂ ଟେରର୍ ଫଣ୍ଡିଂ ମାମଲାରୁ ତାକୁ ବଞ୍ଚାଇବାକୁ ଉଦ୍ୟମ ଚଳାଇଥିଲେ ।

ପୁଲିସକୁ ଆଦିଲ୍ ଏବଂ ମୁଜାମିଲ୍ ମଧ୍ୟରେ ଟେଲିଗ୍ରାମ୍ ଆପ୍‌ରେ ଚାଟ୍ ଏବଂ ପ୍ରାୟ ୪୦ ଥର ଫୋନ୍‌ରେ କଥାବାର୍ତ୍ତାର ରେକର୍ଡ ମଧ୍ୟ ମିଳିଛି । ଶ୍ରୀନଗରର ନୌଗାମ ଥାନାରେ ଆଦିଲ୍ ବିରୋଧରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ଏବଂ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ଏହା ମଧ୍ୟରେ ମିଥ୍ୟା ପ୍ରମାଣ ଦେବା ଏବଂ ପ୍ରମାଣ ନଷ୍ଟ କରିବା ମଧ୍ୟ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking