19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଉଦୟପୁରରେ ଦର୍ଜିଙ୍କୁ ବୀଭତ୍ସ ହତ୍ୟା ମାମଲା: ବିକ୍ଷୋଭ ଜାରି, ସୁରକ୍ଷା ଦାବିକଲେ ମୃତକଙ୍କ ପୁଅ

ଉଦୟପୁରରେ ଦର୍ଜିଙ୍କୁ ବୀଭତ୍ସ ହତ୍ୟା ମାମଲା: ବିକ୍ଷୋଭ ଜାରି, ସୁରକ୍ଷା ଦାବିକଲେ ମୃତକଙ୍କ ପୁଅ

ଉଦୟପୁର:  ରାଜସ୍ଥାନର ଉଦୟପୁର ସହରରେ ମଙ୍ଗଳବାର କହ୍ନେୟାଲାଲ ନାମକ ଜଣେ ହିନ୍ଦୁ ଦର୍ଜିଙ୍କୁ ଜଘନ୍ୟଭାବେ ହତ୍ୟା କରାଯାଇଥିବା ପ୍ରତିବାଦରେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି । ସମ୍ବେଦନଶୀଳ ସ୍ଥାନଗୁଡିକରେ ୧୪୪ ଧାରା ଜାରି କରାଯାଇଥିବା ସତ୍ତ୍ୱେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସକୁ ନାକେଦମ ହେବାକୁ ପଡିଛି । କେତେକ ସ୍ଥାନରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବାବେଳେ କେତେକ ଆହତ ହୋଇଥିବା ସୂଚନା ମିଳିଛି ।

ଅପରପକ୍ଷରେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ମୃତ କହ୍ନେୟାଲାଲଙ୍କ ପୁତ୍ର ରାଜ୍ୟ ସରକାରଙ୍କୁ ଅପିଲ କରିଥିବା ଜଣାପଡିଛି। ଏଥିସହିତ ପିତାଙ୍କ ହତ୍ୟାକାରୀଙ୍କୁ ଏନ୍‌କାଉଣ୍ଟର ଜରିଆରେ ମାରିଦେବାକୁ କିମ୍ବା ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ଏହି ଘଟଣାରେ ପାକିସ୍ତାନସ୍ଥିତ ଏକ ଆତଙ୍କବାଦୀ ସଂଗଠନ ଦାୱତ୍‌-ଇ-ଇସଲାମିର ହାତ ରହିଛି ବୋଲି ଭାରତୀୟ ଗୁଇନ୍ଦା ବିଭାଗ ଯେଉଁ ଦାବି କରୁଛି, ତାହାକୁ ପାକ୍ ସରକାର ଖଣ୍ଡନ କରିଛନ୍ତି । ପାକିସ୍ତାନକୁ ଅଯଥାରେ ବଦନାମ କରିବାକୁ ଉଦ୍ୟମ କରାଯାଉଛି ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅସୀମ ଇଫ୍‌ତିକର ଅହମ୍ମଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking