24.1 C
Bhubaneswar
Saturday, January 11, 2025
Homeଓଡିଶା୭ରୁ ବଢ଼ିବ ତାପମାତ୍ରା: ୪୦ ଡିଗ୍ରୀ ଛୁଇଁବ

୭ରୁ ବଢ଼ିବ ତାପମାତ୍ରା: ୪୦ ଡିଗ୍ରୀ ଛୁଇଁବ

ଭୁବନେଶ୍ୱର:  ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ । ଆକାଶ ନିର୍ମଳ ରହିବା ଯୋଗୁଁ ତାପମାତ୍ରା ମଧ୍ୟ ବଢ଼ିବ । ୫ ଦିନ ପରେ ରାଜ୍ୟର ପାରଦ ବଢ଼ିବ ଓ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତଗତିରେ ବୃଦ୍ଧିପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ । ତାପମାତ୍ରା ପ୍ରାୟ ୩ ଡିଗ୍ରୀରୁ ଅଧିକ ବଢ଼ିପାରେ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ପ୍ରାୟ ୪ ଡିଗ୍ରିରୁ ଅଧିକ ବଢ଼ିବ । ୧୧ ବା ୧୨ ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ, ଅନୁଗୁଳ, ତାଳଚେର, ବଲାଙ୍ଗିର, ଭବାନୀପାଟଣା, ଟିଟିଲାଗଡ଼ ଓ କାଲିମେଳାରେ ୩୯ ଡିଗ୍ରୀରୁ ଅଧିକ ଓ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ଓ ଚାନ୍ଦବାଲିରେ ୩୭ ଡିଗ୍ରୀ ହୋଇପାରେ । ହୁଏତ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ଭୁବନେଶ୍ୱର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ । କୁହୁଡ଼ି ଜାରି ରହିବ । ତେବେ ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ । ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢ଼ିବ । ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଭାରତ ମହାସାଗରର ମଧ୍ୟଭାଗରେ ରହିଥିବା ଅବପାତ ଏବେ ଶ୍ରୀଲଙ୍କା ଓ ତାମିଲନାଡୁ ଉପରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ବିଶେଷ ଭାବେ ଶ୍ରୀଲଙ୍କା ଓ ତାମିଲନାଡୁ ଉପରେ ରହିବ । ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking