23.1 C
Bhubaneswar
Saturday, February 8, 2025
Homeଓଡିଶା୬ରୁ ପୁଣି ଖସିବ ତାପମାତ୍ରା, ୮ରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

୬ରୁ ପୁଣି ଖସିବ ତାପମାତ୍ରା, ୮ରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୬ରୁ ପୁଣି ଖସିବ ତାପମାତ୍ରା । ବଢ଼ିବ ଶୀତ । ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଦୁଇ ଦିନ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ । ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗଡ଼ା, ବରଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ସମେତ ଗଜପତି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୬, ୭ ଓ ୧୦ରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗତ ୨୪ ଘଣ୍ଟାରେ କୋରାପୁଟ ବୋରିଗୁମ୍ମା ରେ ସର୍ବାଧିକ ବର୍ଷା ୬୫.୪ ମିମି ବର୍ଷା ରେକର୍ଡ ହୋଇଛି । କୋଟପାଡରେ ୭.୮, କୋରାପୁଟ୍ ରେ ୬, ମାଲକାନଗିରିରେ ୫.୨, ମିମି ବର୍ଷା ରେକର୍ଡ଼ ହୋଇଛି । ଦୁଇ ଦିନ ହେବ ରାଜ୍ୟର ସବୁ ଅଞ୍ଚଳର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking