23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶତେଲେଙ୍ଗାନା ବିଧାନସଭା ନିର୍ବାଚନ; ବିଆର୍‌ଏସ୍ ପକ୍ଷରୁ ୧୧୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ତେଲେଙ୍ଗାନା ବିଧାନସଭା ନିର୍ବାଚନ; ବିଆର୍‌ଏସ୍ ପକ୍ଷରୁ ୧୧୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ହାଇଦ୍ରାବାଦ: ଚଳିତବର୍ଷ ଶେଷଆଡକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିବାବେଳେ ସୋମବାର ତେଲେଙ୍ଗାନରେ କ୍ଷମତାସୀନ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୧୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ଅବସରରେ ବିଆର୍‌ଏସ୍ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ତାଙ୍କ ଦଳ ୯୫ରୁ ୧୦୫ ଆସନରେ ବିଜୟୀ ହେବ । ମୁଖ୍ୟମନ୍ତ୍ରୀ ଏଥର ଦୁଇଟି ଆସନ ଯଥା ଗଜୱେଲ ଓ କାମାରେଡ୍ଡି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ବିଆର୍‌ଏସ୍ ବିଧାୟକ ଜି.ଗୋବର୍ଦ୍ଧନ ୨୦୦୯, ୨୦୧୧, ୨୦୧୪ ଓ ୨୦୧୮ରେ କାମାରେଡ୍ଡି ଆସନରୁ ନିର୍ବାଚିତ ହୋଇଆସୁଛନ୍ତି । ସୂଚନାଯୋଗ୍ୟ ୨୦୧୮ ବିଧାନସଭା ନିର୍ବାଚନରେ ବିଆର୍‌ଏସ୍ (ତତ୍କାଳୀନ ଟିଆରଏସ୍‌-ତେଲେଙ୍ଗାନା ରାଷ୍ଟ୍ର ସମିତି) ସର୍ବାଧିକ ୮୮ ଆସନ ହାତେଇଥିବାବେଳେ କଂଗ୍ରେସ ୧୯, ଏଆଇଏମଆଇଏମ ୭, ତେଲୁଗୁ ଦେଶମ ପାର୍ଟି ୨ ଓ ବିଜେପି ଗୋଟିଏ ହାସଲ ହାସଲ କରିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ୨୦୧୮ରେ କ୍ଷମତାସୀନ ବିଆରଏସ୍‌କୁ ହରାଇବାକୁ କଂଗ୍ରେସ ନେତୃତ୍ୱରେ ୪ଟି ଦଳ (ତେଲେଙ୍ଗାନା ଜନ ସମିତି, ତେଲୁଗୁ ଦେଶମ ପାର୍ଟି ଓ ସିପିଆଇ) ମହାମେଣ୍ଟ ଗଠନ କରିଥିଲେ ସୁଦ୍ଧା ଅଭିଯାନରେ ବିଫଳ ହୋଇଥିଲେ ।

ବର୍ତ୍ତମାନ ତେଲେଙ୍ଗାନାରେ କଂଗ୍ରେସ ମୁଖ୍ୟ ବିରୋଧି ଦଳ ହୋଇଥିବାବେଳେ ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଆରମ୍ଭ କରିଛି । ଅଗଷ୍ଟ ୧୮ରୁ ୨୫ ମଧ୍ୟରେ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଚଳିତବର୍ଷ ତେଲେଙ୍ଗାନା ବ୍ୟତୀତ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଓ ମିଜୋରାମରେ ମଧ୍ୟ ବିଧାନସଭା ନର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିବାବେଳେ ବିଜେପି ଚଳିତମାସ ୧୭ରେ ମଧ୍ୟପ୍ରଦେଶ ଓ ଛତିଶଗଡ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking