ବିହାର: ବିହାର ନିର୍ବାଚନକୁ ନେଇ ଆସିଲା ବଡ ଖବର। ବିହାର ନିର୍ବାଚନ ପାଇଁ ତେଜସ୍ୱୀ ଯାଦବ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ମହାଗଠବନ୍ଧନ ପକ୍ଷରୁ ତେଜସ୍ୱୀଙ୍କ ନାଁ ଘୋଷଣା କରାଯାଇଛି। ପ୍ରେସ୍ କନଫେରେନ୍ସରେ ନାଁ ଘୋଷଣା କଲେ ଅଶୋକ ଗେହଲଟ। ଗୁରୁବାର ପାଟନାର ମୌର୍ଯ୍ୟ ହୋଟେଲରେ ମହାଗଠବନ୍ଧନ ୨୦୨୫ ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲା। ଏଥିରେ ଆରଜେଡି ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ଅଶୋକ ଗେହଲଟ, ବିହାର କଂଗ୍ରେସ ସଭାପତି ରାଜେଶ ରାମ, ଭିଆଇପି ମୁଖ୍ୟ ମୁକେଶ ସାହାଣୀ, ସିପିଆଇ(ଏମ୍)ର ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ, ସର୍ବସାଧାରଣରେ ଅଶୋକ ଗେହଲଟ ଘୋଷଣା କରିଥିଲେ ଯେ ତେଜସ୍ୱୀ ଯାଦବ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଭିଆଇପି ମୁଖ୍ୟ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି ।










