20.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶମାନହାନି ମାମଲାରେ ତେଜସ୍ୱୀ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ

ମାନହାନି ମାମଲାରେ ତେଜସ୍ୱୀ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ତାଙ୍କ ବିରୋଧରେ ଆଗତ ଏକ ମାନହାନି ମାମଲା ସ୍ଥାନାନ୍ତର କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି । ଆସନ୍ତା ସୋମବାର ଏହାର ଶୁଣାଣି ହେବ ବୋଲି ଜଣାପଡିଛି । ଚଳିତବର୍ଷ ମାର୍ଚ୍ଚ ୨୧ରେ ତେଜସ୍ୱୀ ଏକ ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ କହିଥିଲେ ଯେ ‘କେବଳ ଗୁଜୁରାଟୀ ଲୋକମାନେ ହିଁ ଠକ’ ।

ତେଣୁ ଗୁଜରାଟର ଏକ ଟ୍ରାଏଲ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରାଯାଇଥିଲା । ତଦନୁଯାୟୀ ସେପ୍ଟେମ୍ବର ୨୨ରେ ହାଜର ହେବାକୁ ତେଜସ୍ୱୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ତେଜସ୍ୱୀଙ୍କ ଓକିଲ ଟାଏଲ କୋର୍ଟଙ୍କୁ ଜଣାଇଛନ୍ତି ଯେ ସେମାନେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ କୋର୍ଟ ତେଜସ୍ୱୀଙ୍କ ଅନୁପସ୍ଥିତିରେ ଶୁଣାଣି ଜାରି ରଖିବା ଉଚିତ । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking