17.1 C
Bhubaneswar
Monday, November 25, 2024
Homeଖେଳଟିମ୍ ଇଣ୍ଡିଆର ଅଭ୍ୟାସ ଆରମ୍ଭ; ନେଟ୍ସରେ ବୁମ୍‌ରାଙ୍କ ଘାତକ ବୋଲିଂ

ଟିମ୍ ଇଣ୍ଡିଆର ଅଭ୍ୟାସ ଆରମ୍ଭ; ନେଟ୍ସରେ ବୁମ୍‌ରାଙ୍କ ଘାତକ ବୋଲିଂ

ନୂଆଦିଲ୍ଲୀ:  ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରାଙ୍କ ନେତୃତ୍ୱରେ ଡବ୍‌ଲିନ୍‌ରେ ପହଞ୍ଚିଥିବା ଟିମ୍ ଇଣ୍ଡିଆ ବୁଧବାର ଅଭ୍ୟାସ ଆରମ୍ଭ କରିଛି । ଆହତ କାରଣରୁ ୧୧ ମାସ ପରେ ଟିମ୍‌କୁ ଫେରିଥିବା ବୁମ୍‌ରାଙ୍କ ଏକ ଭିଡିଓ ବିସିସିଆଇ ଶେୟାର୍ କରିଛି । ଯେଉଁଥିରେ ନେଟ୍ସରେ ସେ ନିଜ ସାଥୀ ଖେଳାଳିଙ୍କୁ ବାଉନ୍ସର୍ ଏବଂ ୟର୍କର୍ ସହିତ ଘାତକ ବୋଲିଂ କରୁଥିବା ଦେଖିବାକୁ ମିଳିଛି ।

ଏଥିରୁ ସେ କେବଳ ସମ୍ପୂର୍ଣ୍ଣ ଫିଟ୍ ନୁହେଁ ବରଂ ମ୍ୟାଚ୍ ଫିଟ୍ ହୋଇଥିବା ଜଣାପଡ଼ୁଛି ।  ତେବେ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆୟର୍ଲାଣ୍ଡ୍ ବିପକ୍ଷ ସିରିଜ୍ ତାଙ୍କ ପାଇଁ ଅସଲ ପରୀକ୍ଷା ହେବ । କାରଣ ଏହାପରେ ଏସିଆ କପ୍ ଏବଂ ବିଶ୍ୱକପ୍ ଖେଳାଯିବାର ଅଛି ଏବଂ ଏହି ଦୁଇ ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କ ଉପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ବୁମ୍‌ରା ଶେଷଥର ପାଇଁ ୨୦୨୨ ସେପ୍ଟେମ୍ବରରେ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ପରଠାରୁ ପିଠି ଯନ୍ତ୍ରଣା କାରଣରୁ ସେ ଟିମ୍‌ରୁ ବାହାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking