28.1 C
Bhubaneswar
Sunday, November 17, 2024
Homeଖେଳତ୍ରିନିଦାଦ୍‌ରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ତ୍ରିନିଦାଦ୍‌ରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ତ୍ରିନିଦାଦ: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଶିଖର ଧୱନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବୁଧବାର ତ୍ରିନିଦାଦ୍‌ରେ ପହଞ୍ଚିଛି । ବିସିସିଆଇ ପକ୍ଷରୁ ଏହାର ଏକ ଫଟୋ ସୋସିଆଲ୍ ମିଡିଆରେ ଶେୟାର୍ କରାଯାଇଛି । ଏହି ଫଟୋରେ ଶିଖର ଧୱନ, ୟୁଜବେନ୍ଦ୍ର ଚହଲ, ଶ୍ରେୟସ୍ ଆୟର୍‌, ଅଭେଶ୍ ଖାନ୍‌, ଈଶାନ୍ କିଶନ୍ ଏବଂ ମହମ୍ମଦ ଶମୀଙ୍କୁ ଟିମ୍‌ର ଅନ୍ୟ ଖେଳାଳିଙ୍କ ସହ ଏୟାର୍‌ପୋର୍ଟରେ ଦେଖିବାକୁ ମିଳିଛି । ଜୁଲାଇ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିଟି ଦିନିକିଆ ମ୍ୟାଚ୍ ଖେଳାଯିବ । ଏହାପରେ ଜୁଲାଇ ୨୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇ ଅଗଷ୍ଟ ୭ ତାରିଖରେ ଶେଷ ହେବ । ଉଭୟ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଭାରତ ନିଜର ଟିମ୍ ଘୋଷଣା କରିସାରିଛି ।

ତେବେ ବିରାଟ କୋହଲି ଓ ଜସ୍‌ପ୍ରୀତ୍ ବୁମ୍‌ରାଙ୍କୁ ଉଭୟ ଟିମ୍‌ରେ ସାମିଲ କରାଯାଇ ନାହିଁ । ଅନ୍ୟପକ୍ଷରେ ଦିନିକିଆ ସିରିଜ୍ ପାଇଁ ମଧ୍ୟ ବୁଧବାର ୱେଷ୍ଟଇଣ୍ଡିଜ୍ ଟିମ୍ ଘୋଷଣା ହୋଇଛି । ଭେଟେରାନ୍ ଅଲ୍‌ରାଉଣ୍ଡର୍ ଜେସନ୍ ହୋଲ୍ଡରଙ୍କୁ ସିରିଜ୍ ପାଇଁ ଡାକରା ମିଳିଛି । ଟିମ୍ ଇଣ୍ଡିଆ ଶେଷଥର ପାଇଁ ୨୦୧୯ରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା । ଏହି ଅବସରରେ ଉଭୟ ଟିମ୍ ଦୁଇଟି ଟେଷ୍ଟ୍‌, ତିନିଟି ଦିନିକିଆ ଏବଂ ତିନିଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ଭାରତ ୨-୦ରେ ଟେଷ୍ଟ ସିରିଜ୍ ଜିତିଥିବା ବେଳେ ଦିନିକିଆ ସିରିଜ୍ ୨-୦ରେ ଏବଂ ଟି-୨୦ ସିରିଜ୍ ୩-୦ରେ ମଧ୍ୟ ଜିତିଥିଲା ।

ଭାରତୀୟ ଦିନିକିଆ ଟିମ୍‌: ଶିଖର ଧୱନ୍ (କ୍ୟାପ୍‌ଟେନ୍‌), ଋତୁରାଜ ଗାଏକୱାଡ୍‌, ଶୁବମନ୍ ଗିଲ୍‌, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର୍‌, ଈଶାନ୍ କିଶନ୍‌, ସଞ୍ଜ ସାମ୍‌ସନ୍‌, ରବୀନ୍ଦ୍ର ଜାଡ଼େଜା (ଭାଇସ୍ କ୍ୟାପ୍‌ଟେନ୍‌), ଶାର୍ଦ୍ଦୁଲ୍ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଅଭେଶ୍ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ୍‌, ଅର୍ଶଦୀପ ସିଂହ ।

ଭାରତୀୟ ଟି-୨୦ ଟିମ୍‌: ରୋହିତ ଶର୍ମା (କ୍ୟାପ୍‌ଟେନ୍‌), ଈଶାନ୍ କିଶନ୍‌, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ୍ ଆୟର୍‌, ଦିନେଶ କାର୍ତ୍ତିକ, ଋଷଭ ପନ୍ତ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍‌, ଆର୍ ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଅଭେଶ୍ ଖାନ୍‌, ହର୍ଷଲ୍ ପଟେଲ୍‌, ଅର୍ଶଦୀପ ସିଂହ ।

ୱେଷ୍ଟଇଣ୍ଡିଜ୍ ଦିନିକିଆ ଟିମ୍‌: ନିକୋଲାସ୍ ପୂରନ (କ୍ୟାପ୍‌ଟେନ୍‌), ଶାଇ ହୋପ୍ (ଭାଇସ୍ କ୍ୟାପ୍‌ଟେନ୍‌), ଶାମରାହ ବ୍ରୁକ୍ସ, କେକି କାର୍ଟି, ଜେସନ୍ ହୋଲ୍ଡର, ଅକିଲ୍ ହୁସେନ୍‌, ଅଲ୍‌ଜାରୀ ଯୋସେଫ୍‌, ବ୍ରାଣ୍ଡନ୍ କିଙ୍ଗ୍‌, କାଇଲ୍ ମେୟର୍ସ, ଗୁଦାକେଶ ମୋଟିଇ, କେମୋ ପଲ୍‌, ରୋଭ୍‌ମାନ୍ ପାୱେଲ୍‌, ଜାୟଦେ୍ ସିଲ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking