14.1 C
Bhubaneswar
Tuesday, January 13, 2026
Homeଖେଳଟି-୨୦ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଟି-୨୦ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ବିସିସିଆଇ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଘୋଷଣା କରାଯାଇଛି। ଶୁବମନ ଗିଲ ଉପଅଧିନାୟକ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ସଞ୍ଜୁ ସାମସନ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା ଓ ୱାଶିଂଟନ ସୁନ୍ଦରଙ୍କ ନାଁ ଘୋଷଣା କରାଯାଇଛି। ୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ ଟି ଟ୍ୱେଣ୍ଟି। ବେକରେ ଆଘାତ ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜର ଅଂଶ ନଥିଲେ। ଏବେ ଉପଅଧିନାୟକ ଭାବେ ଦଳକୁ ଫେରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଡିସେମ୍ବର ୯ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୯ରେ କଟକରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୧ରେ ନ୍ୟୁ ଚଣ୍ଡିଗଡ଼ରେ ଏବଂ ତୃତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୪ରେ ଧର୍ମଶାଳାରେ ଖେଳାଯିବ। ଚତୁର୍ଥ ଟି-୨୦ ମ୍ୟାଚ୍ ଡିସେମ୍ବର ୧୭ରେ ଲକ୍ଷ୍ନୌରେ ଏବଂ ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ ଡିସେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking