ପୁରୀ: ପୁରୀ ସହର ସ୍ତିତ ମଧୁବନ ଦ୍ୱିତୀୟ ଲେନରେ ଭଡ଼ା ଘରେ ଜଣେ ଶିକ୍ଷକଙ୍କ ରାସଲୀଳା । ଖବର ପାଇ ବିଳମ୍ବରେ ପହଁଚିଥିଲା ତାଳବଣିଆ ଥାନା ପୁଲିସ । ତାଳବଣିଆ ଥାନା ଅନ୍ତର୍ଗତ ମଧୁବନ ଦ୍ୱିତୀୟ ଲେନରେ ସୋମବାର ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଥିଲା । ଜଣେ ଶିକ୍ଷକ ନିଜ ଘର ଥାଇ ମଧ୍ୟ ଏକ ଭଡ଼ା ଘର ନେଇ ଜଣେ ଯୁବତୀଙ୍କ ସହ ରାସଲୀଳା ଚଳାଇଥିବା ଘଟଣାର ପର୍ଦାଫାଶ ହୋଇଛି । ତେବେ ଏହି ଘଟଣା ଟିକୁ ଲୋକଲୋଚନକୁ ଆଣିଥିଲେ ଶିକ୍ଷକଙ୍କ ପତ୍ନୀ । ଘଟଣାରୁ ଯାହା ଜଣାପଡିଛି ନବକଳେବର ରୋଡ ଗୋପବନ୍ଧୁ ଲେନର ମଧୁସୂଦନ ପ୍ରଧାନ ପେସାରେ ଜଣେ ଶିକ୍ଷକ । ସେ ପିପିଲି ଅଞ୍ଚଳରେ ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟରତ । ଏବଂ ସେ ଜଣେ ବିବାହିତ ପୁରୁଷ । ମଧୁସୂଦନ ତାଙ୍କ ନିଜ ଝିଅକୁ ପାଠ ପଢ଼ାଇବା ପାଇଁ ତାଙ୍କର ନାଗପୁରର ଦାଦା ଶ୍ୱଶୁର ଝିଅକୁ ଆଣି ନିଜ ଘରେ ରଖିଥିଲେ । ପରେ ଦାଦା ଶ୍ୱଶୁର ଝିଅଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେଣୁ ମଧୁସୂଦନ ସେ ଝିଅଙ୍କୁ ନେଇ ମଧୁବନ ଦ୍ୱିତୀୟ ଲେନରେ ଏକ ଭଡ଼ା ଘରେ ରଖିଥିଲେ ।
କିନ୍ତୁ ଗତକାଲି ବିଳମ୍ବିତ ରାତ୍ରରେ ମଧୁସୂଦନ ତାଙ୍କ ଦାଦା ଶ୍ୱଶୁର ଝିଅ ଅର୍ଥାତ ଝିଅର ଟିୟୁସନ ଶିକ୍ଷୟତ୍ରୀଙ୍କ ସହ ଭଡ଼ା ଘରେ ରହୁଥିବା ନେଇ ମଧୁସୂଦନଙ୍କ ଝିଅ ଓ ସ୍ତ୍ରୀ ଜାଣିବାକୁ ପାଇଥିଲେ । ସେମାନେ ଘଟଣା ସ୍ଥଳରେ ପହଂଚି ଥିଲେ । ପରେ ସେମାନେ ସେହି ଭଡା ଘର ରୁମ ଭିତରୁ ଉକ୍ତ ଯୁବତୀ ସହ ମଧୁସୂଦନଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ । ଏହା ପରେ ମଧୁସୂଦନ ତାଙ୍କ ସ୍ତ୍ରୀ ଓ ଝିଅ ସହ ପାଟିତୁଣ୍ଡ କରି ତାଙ୍କ ଦାଦା ଶ୍ୱଶୁର ଝିଅକୁ ନେଇ କାର ଯୋଗେ ସେଠାରୁ ପଳାଇ ଯାଇଥିଲେ । କିନ୍ତୁ ଘଟଣା ଘଟିବାର ବହୁ ଆଗରୁ ତାଳବଣିଆ ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ଥାନ ପୁଲିସ ବହୁ ବିଳମ୍ବରେ ଘଟଣା ସ୍ଥଳରେ ପହଂଚି ଥିଲେ । ସେତେବେଳକୁ ମଧୁସୂଦନ ତାଙ୍କ ଦାଦା ଶ୍ୱଶୁର ଝିଅକୁ ନେଇ କାର ଯୋଗେ ଫେରାର ହୋଇଯାଇଥିଲେ । ଏଥି ସହ ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ମଧୁସୂଦନ ଙ୍କୁ ଅଟକାଇବା ବେଳେ ଜଣେ ଆହତ ହୋଇଥିଲେ । ତେବେ ବିଳମ୍ବରେ ତାଳବଣିଆ ଥାନା ପୁଲିସ ପହଂଚି ମଧୁସୂଦନଙ୍କ ପତ୍ନୀଙ୍କ ଠାରୁ ସମସ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।