19.1 C
Bhubaneswar
Sunday, November 24, 2024
Homeଓଡିଶାଧାରଣା ଦେଲେ ଚାକିରି ଯିବ

ଧାରଣା ଦେଲେ ଚାକିରି ଯିବ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି) : ବିଧାନସଭା ଅଧିବେଶନ ସମୟରେ ସବୁବେଳେ ଶିକ୍ଷକମାନେ ଆନ୍ଦୋଳକୁ ଓହ୍ଲାଇଥାନ୍ତି ଓ ପାଠପଢ଼ା ବ୍ୟାହତ ହୋଇଥାଏ । ଏଥର ସରକାର ଅଧ୍ୟାପକମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ର‌୍ୟାଲି ଓ ଧାରଣା ସେମାନଙ୍କ ପାଇଁ ବ୍ୟାନ କରାଯାଇଛି । ସେମାନେ ର‌୍ୟାଲି ଓ ଧାରଣାକୁ ଆସିଲେ ଚାକିରି ହରାଇବାକୁ ପଡ଼ିବ । ଏଭଳି ଏକ ଚରମ ଆଭିମୁଖ୍ୟ ରାଜ୍ୟ ସରକାର ନେଇଛନ୍ତି । ସରକାରଙ୍କ ପକ୍ଷରୁ ଏ ନେଇ ସବୁ କଲେଜର ଅଧ୍ୟକ୍ଷକଙ୍କ ନିକଟକୁ ଚିଠି ଲେଖି ଜଣାଇ ଦେଇଛନ୍ତି । ଏହା ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ପାଇଁ ଲାଗୁ ହେବ ।
କେବଳ ଏତିକି ନୁହେଁ ମନଇଚ୍ଛା ଛୁଟିରେ ରହୁଥିବା ଅଧ୍ୟାପକମାନଙ୍କ ଉପରେ ମଧ୍ୟ କଟକଣା ଜାରି ହୋଇଛି । ବିନା ଅନୁମତିରେ କୌଣସି ଅଧ୍ୟାପକ ଛୁଟି ରହିପାରିବେ ନାହିଁ । କୌଣସି ଅଧ୍ୟାପକ ଛୁୂଟିରେ ରହିଲେ ସେମାନଙ୍କ ପାଇଁ ନୋ ୱାର୍କ ନୋ ପେ ଲାଗୁ ହେବ । ଅର୍ଥାତ କାମ ନାହିଁ ତ ଦରମା ନାହିଁ ନିୟମ ସେମାନଙ୍କ ପାଇଁ ଲାଗୁ କରିବାକୁ କୁହାଯାଇଛି । ଏପରି କି ଛୁଟି ନେଇ କେହି ର‌୍ୟାଲି ଓ ଧାରଣାରେ ଆସି ଯୋଗ ଦେଇପାରିବେ ନାହିଁ । କେହି ଛୁଟି ନେଇ ର‌୍ୟାଲି ଓ ଧାରଣାରେ ଯୋଗ ଦେଲେ ସେମାନଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯିବ । ଏହି ନିୟମ ସରକାରୀ କଲେଜ ସହ ୬୬୨ ଓ ୪୪୮ ବର୍ଗର ଅନୁଦାନପ୍ରାପ୍ତ କଲେଜମାନଙ୍କ ପାଇଁ ମଧ୍ୟ ଲାଗୁ ହେବ । ଆଉ ଏକ ଚରମବାଣୀ ଶୁଣାଇ ଦିଆଯାଇଛି ଯେ, ଅନୁଦାନ ପ୍ରାପ୍ତ କଲେଜମାନଙ୍କର ଅନୁଦାନ ମଧ୍ୟ ବନ୍ଦ କରିଦିଆଯିବ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ସଚିବ ସ୍ୱାଶତ ମିଶ୍ର ସବୁ ସରକାରୀ ଅନୁଦାନପ୍ରାପ୍ତ କଲେଜକୁ ଚିଠି ଲେଖି ଜଣାଇ ଦେଇଛନ୍ତି । ମଙ୍ଗଳବାର  ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ ସଚିବ କହିଛନ୍ତି ମୋ ସରକାରରେ ଉଚ୍ଚଶିକ୍ଷା ବିଭାଗ ସାମିଲ ହେବା ପରଠାରୁ ଅନେକ ଯୋଜନାରେ ପରିବର୍ତ୍ତନ କରିବାକୁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ଅଧ୍ୟାପକମାନଙ୍କ ଛୁୂଟି ନେବା ଉପରେ ସରକାର କୌଣସି ଅଙ୍କୁଶ ଲଗାଇ ନାହାଁନ୍ତି । ନିୟମ ଅନୁଯାୟୀ ଅଧ୍ୟାପକମାନେ ଛୁଟି ନେଇପାରିବେ । ତେବେ ଏଥିନେଇ ଉପରିସ୍ଥ ଅଧିକାରୀଙ୍କୁ ଆବେଦନ କରି ଅନୁମତି ନେବାକୁ ପଡ଼ିବ । ବିଭିନ୍ନ ସମୟରେ ଦେଖାଯାଇଛି ପଦସ୍ଥ ଅଧିକାରୀ, ସଚିବ କିମ୍ବା ମନ୍ତ୍ରୀମାନେ କଲେଗ ଗସ୍ତ କରିବା ସମୟରେ ବହୁ ଅଧ୍ୟାପକ ଓ କର୍ମଚାରୀ ବିନା ଅନୁମତିରେ ଓ ଦରଖାସ୍ତରେ ଅନୁପସ୍ଥିତ ରହିଥାନ୍ତି । ସେହିପରି ମାତ୍ରାଧିକ ଛୁଟି କାରଣରୁ କଲେଜରେ ପାଠପଢ଼ା ବ୍ୟାହତ ହେଉଛି ଓ ପାଠ୍ୟକ୍ରମ ସରୁନାହିଁ । ଏଣୁ ଏହା ଉପରେ ରୋକ ଲଗାଇବାକୁ ଏହା ଉପରେ କଡ଼ା ପଦକ୍ଷେପ ନିଆଯାଉଛି । କୌଣସି ଅଧ୍ୟାପକ ବା କମର୍ଚାରୀ ବିନା କାରଣରେ ଛୁଟିରେ ରହି ଧାରଣାରେ ଯୋଗଦେଲେ ସେଥିପାଇଁ କଲେଜ ଅଧ୍ୟକ୍ଷମଧ୍ୟ ଦାୟୀ ରହିବେ । ସରକାରଙ୍କ ଏହି କଡ଼ା ଆଭିମୁଖ୍ୟ ନେଇ ଅଧ୍ୟାପକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ଦେଖାଦେଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking