32.1 C
Bhubaneswar
Thursday, March 28, 2024
Homeଓଡିଶାଚତୁର୍ଥ ଉମ୍ମୀଦ କପ କ୍ରକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚତୁର୍ଥ ଉମ୍ମୀଦ କପ କ୍ରକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବଲାଙ୍ଗିର: ସ୍ଥାନୀୟ ମିଶନ ପଡିଆରେ ଗତ ତିନି ଦିନ ଧରି ଚାଲିଥିବା ଚତୁର୍ଥ ଉମ୍ମୀଦ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହରୁ ଅଂଶ ଗ୍ରହଣ କରିଥିବା ସମୁଦାୟ ୧୬ଟି ଟିମ କୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୫ ଟି ମ୍ୟାଚ ଖେଳାଯାଇଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ କୁ ଜଗତସିଂପୁର ଦଳ ଓ ବଲାଙ୍ଗିର ର ଫ୍ରେଣ୍ଡ୍‌ସ ଫର ଏଭର ଦଳ ଉନ୍ନିତ ହୋଇଥିଲେ । ଫାଇନାଲ ମ୍ୟାଚ ରେ ଜଗତସିଂପୁର ଦଳ ପ୍ରଥମେ ବ୍ୟଟିଂ କରି ୧୦ ଓଭରରେ ୧୩୯ ରନ କରି ବଲାଙ୍ଗିର ଦଳକୁ ୧୪୦ ରନ ର ବିଜୟ ଲକ୍ଷ ଦେଇଥିଲା । ଏହାର ଜବାବରେ ବଲାଙ୍ଗିର ଫ୍ରେଣ୍ଡ୍‌ସ ଫର ଏଭର ଦଳ ମାତ୍ର ୭୯ ରନ କରିବାକୁ ସମର୍ଥ ହୋଇଥିଲା । ଏହି ମ୍ୟାଚ ରେ ଜଗତସିଂପୁର ଦଳର ସଞ୍ଜିବ ଗୋଛାୟତ ୮୦ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେହିପରି ସାରା ଟୁର୍ନାମେଣ୍ଟ ରେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରି ବଲାଙ୍ଗିର ଫ୍ରେଣ୍ଡ୍‌ସ ଫର ଏଭର ଦଳ ର ଜୁନିଅର ଆକାଶ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଏହି ଟୁର୍ନାମେଣ୍ଟର ଉଦଘାଟନି ଉତ୍ସବରେ ରାଜ କିଶୋର ବାଗ ଓ ଗୋଲାପ ବାଗ ଯୋଗ ଦେଇ ସମସ୍ତ ଖେଳାଳିର ମନୋବଳ ବଢାଇଥିବା ବେଳେ ଥିବା ବେଳେ, ଉଦଯାପନି ଉତ୍ସବରେ ଓଏଏସ ବିଞ୍ୟାନ କୁମାର, ବଲାଙ୍ଗିର ଡିସିସିବି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର , ଏସେଟ ଫର୍ନିଚର ମାଲିକ ସୁନିଲ ସିଂ, ଟାୟାର ଜୋନ ମାଲିକ ସୁରଜ ତ୍ରିପାଠି ଯୋଗ ଦେଇ ଟୁର୍ନାମେଣ୍ଟ ର ବିଜେତା, ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଉମ୍ମୀଦ ଗୃପର ସମସ୍ତ ସଦସ୍ୟ ଟୁର୍ନାମେଣ୍ଟର ସୁପରିଚାଳନାରେ ଯୋଗଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking