22.1 C
Bhubaneswar
Thursday, December 5, 2024
Homeଓଡିଶାଶିକ୍ଷାଦାନରେ ଅବହେଳା କଲେ ବନ୍ଦ ହେବ ଦରମା

ଶିକ୍ଷାଦାନରେ ଅବହେଳା କଲେ ବନ୍ଦ ହେବ ଦରମା

ଭୁବନେଶ୍ୱର : ଏଣିକି ଶିକ୍ଷାଦାନରେ ଅବହେଳା ହେଉ କିମ୍ବା ଠିକ ସମୟରେ ସ୍କୁଲ ନ ଆସିଲେ ଦରମା ବନ୍ଦ କରି ଦିଆଯିବ । ରାଜ୍ୟରେ ଶିକ୍ଷାର ମାନରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଗଣାଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ଯେଭଳି ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ସମାନ ଢଙ୍ଗରେ ଗଣଶିକ୍ଷା ବିଭାଗ ମଧ୍ୟ ନିଜର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି । ପ୍ରାଥମିକସ୍ତରରେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଶିକ୍ଷକଙ୍କ କାର୍ଯ୍ୟଶୈଳୀ ଉପରେ ବିଭାଗ ପକ୍ଷରୁ ନଜର ଦିଆଯାଉଛି । ଏଣିକି ଶିକ୍ଷାଦାନରେ ଅବହେଳା କଲେ ଶିକ୍ଷକଙ୍କୁ କ୍ଷମା ଦିଆଯିବ ନାହିଁ । ଦୈନିକ ନିର୍ଦ୍ଧାରିତ ସମୟରେ ସ୍କୁଲ ନଆସିଲେ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ବିଳମ୍ବରେ ଆସୁଥିବା ଶିକ୍ଷକଙ୍କର ଦରମା ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସୋମବାର ବିଳମ୍ବରେ ସ୍କୁଲ ଆସିଥିବା ୩ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବା ସହ ସେହି ସ୍କୁଲରେ ଛାତ୍ରଛାତ୍ରୀମାନେ ଜିଲ୍ଲାର ନାମ କହିପାରିନଥିବାରୁ ମନ୍ତ୍ରୀ କ୍ଷୁବ୍ଧ ହୋଇ ସେମାନଙ୍କର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ମାସ ହେବ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆକ୍ସନ ମୁଡରେ ଥିବା ଲକ୍ଷ୍ୟ କରାଯାଉଛି । ଶିକ୍ଷାର ମାନରେ କୌଣସି ଅବହେଳାକୁ ବରଦାସ୍ତ କରୁନି ବିଭାଗ । ‘ଆକ୍ସନ ଅନ୍ ଦି ସ୍ପଟ୍‌’କୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷା କ୍ଷେତ୍ରରେ ଅଧିକ ସଂସ୍କାର ଆଣିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜଣେ ବରିଷ୍ଟ ଅଧିକାରୀ । ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଶିକ୍ଷକଙ୍କୁ ଏ ଦିଗରେ ଅଧିକ ଯତ୍ନଶୀଳ ହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ନିର୍ଦ୍ଧାରିତ ସମୟରେ ସ୍କୁଲ ଆସିବା ସହ ସ୍କୁଲ ଛୁଟି ହେଲେ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ପରେ ଶେଷକୁ ଶିକ୍ଷକମାନେ ଯିବା ପାଇଁ କୁହାଯାଇଥିଲା । ସେହିପରି ୧୦ଟା ପୂର୍ବରୁ ଶିକ୍ଷକମାନେ ସ୍କୁଲରେ ପହଂଚିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଥିଲା । ମାତ୍ର କେତେକ ସ୍କୁଲରେ ଶିକ୍ଷକମାନେ ଏହି ନିୟମକୁ ଅଣଦେଖା କରୁଥିବା ବେଳେ ଅନେକ ଶିକ୍ଷକ ବହୁ ବିଳମ୍ବରେ ସ୍କୁଲ ଆସୁଥିବା ଅଭିଯୋଗ ହେଉଥିଲା । ଏପରି ଅଭିଯୋଗର ଅନୁଧ୍ୟାନ ଲାଗି ସୋମବାର ଭବାନିପାଟଣାରେ ମନ୍ତ୍ରୀ ଶ୍ରୀ ଦାଶ ନିଜେ କିଛି ସ୍କୁଲ ଅଚାନକ ପରିଦର୍ଶନରେ ଯାଇଥିଲେ । ତେବେ ସେ ସମୟରେ ପ୍ରଧାନଶିକ୍ଷକ, ଜଣେ ସହକାରୀ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ସ୍କୁଲ ଆସିନଥିଲେ । ବିଳମ୍ବର କାରଣ ଲିଖିତ ଭାବେ ଜଣାଇବାକୁ ସେମାନଙ୍କୁ କୁହାଯାଇଥିଲା । ଏପରିକି ସମ୍ପୃକ୍ତ ୩ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking