36.7 C
Bhubaneswar
Tuesday, April 16, 2024
Homeଓଡିଶାଡାଇବେଟିସ ଅଛିକି ..ଖାଆନ୍ତୁ ତୁଳସୀ ପତ୍ର..

ଡାଇବେଟିସ ଅଛିକି ..ଖାଆନ୍ତୁ ତୁଳସୀ ପତ୍ର..

ଭୁବନେଶ୍ୱର : ତୁଳସୀ ପତ୍ର ର ଔଷଧୀୟ ଗୁଣ ଅଳ୍ପେ ବହୁତ ସମସ୍ତଙ୍କୁ ଜଣା । ଏହା କେବଳ ପୂଜା ବୃକ୍ଷ ନୁହେଁ ମହୌଷଧୀ ବୃକ୍ଷ ବୋଲି କୁହାଯାଇଥାଏ। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍ କରିଥାଏ। ଏହି ଔଷଧୀୟ ବୃକ୍ଷରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।  ଥଣ୍ଡା ଜ୍ୱର ପାଇଁ ଏହା ଖୁବ ଉପକାରୀ
ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ତୁଳସୀ ହାଇପର୍ ଟେନସନ୍‌, ହାଇ ବ୍ଲଡ୍ ପ୍ରେସର ଓ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ। ପ୍ରତେକ ଦିନ ଗୋଟିଏ ରୁ ଦୁଇଟି ତୁଳସୀ ପତ୍ର ଖାଲି ପେଟ ରେ ଖାଆନ୍ତୁ ଆପଣ ଚାହିଁଲେ ତୁଳସୀ ପତ୍ରର ଚାହା କିମ୍ୱା ପାଣି ପିଇପାରିବେ । ତୁଳସୀ ପତ୍ର ପାଣିରେ ଥିବା ଆଣ୍ଟି-ଆଲର୍ଜିକ୍ ଗୁଣ ଶ୍ୱାସଜନିତ ସମସ୍ୟା, କାଶ, ଟନସିଲ୍ ଓ ଗଳା କ୍ୟାନସର୍ ପରି ରୋଗକୁ ନିୟନ୍ତ୍ରଣ କରିଥାଏ। ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଓଜନ ବି କମ୍ ହୋଇଥାଏ। ଖାଲି ଏତିକି ନୁହେ ତୁଳସୀ ସୁଗାରର ସ୍ତରକୁ ନିୟନ୍ତ୍ରଣ କରୁଥିବାରୁ ଡାଇବେଟିସ୍ ରୋଗୀ ପ୍ରତିଦିନ ତୁଳସୀ ପତ୍ର ଖାଆନ୍ତୁ । ଏହା ଶରୀରରୁ ଟକ୍ସିନ୍ ସଫା କରିଥାଏ ଓ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଚନତନ୍ତ୍ରକୁ ବି ଠିକ୍ ରଖିଥାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking