18.1 C
Bhubaneswar
Saturday, November 23, 2024
Homeଓଡିଶାଶିକ୍ଷକଙ୍କ ଆତ୍ମହତ୍ୟା ଘଟଣା : ନ୍ୟାୟ ପାଇଁ ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣା : ନ୍ୟାୟ ପାଇଁ ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଡେପୁଟେସନରେ ଥିବା ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ଘଟଣାର ଏକ ସପ୍ତାହ ପରେ ମଧ୍ୟ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିନଥିବାରୁ ନ୍ୟାୟ ପାଇବାକୁ ପରିବାର ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, ମୃତ ଶିକ୍ଷକଙ୍କ ମା’ ନୟନା ପଣ୍ଡା, ସ୍ତ୍ରୀ ମିନତି ପାତ୍ର, ୩ଟି ଛୁଆ ଓ ଭଉଣୀ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି । ପୁଅ ଚାଲିଗଲା ଆଉ କଣ ଫେରିଆସିବ କି ବୋଲି ମୃତ ଶିକ୍ଷକଙ୍କ ମା’ ନୟନା ପଣ୍ଡା ପ୍ରକାଶ କରିବାସହ ଘଟଣାର ୭ଦିନ ପରେ ମଧ୍ୟ ପୁଲିସ୍ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ସ୍ୱର୍ଗତ ପଣ୍ଡାଙ୍କ ମା’ ଅସନ୍ତୋଷବ୍ୟକ୍ତ କରିଥିଲେ । ଗତ ୮ ତାରିଖ ଦିନ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଡିଇଓଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ ଓ ୯ ତାରିଖ ଦିନ କୋରାପୁଟ ଟାଉନ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । ଜିଲ୍ଲା ପୁଲିସର ଏକ ୩ ଜଣିଆ ଦଳ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking