30.1 C
Bhubaneswar
Monday, May 20, 2024
Homeଅପରାଧଛାତ୍ରୀ ଅସଦାଚରଣ ଘଟଣାରେ ସଂପୃକ୍ତ ଅଧ୍ୟାପକଙ୍କୁ ନେଇ ଯୋର ଧରୁଛି ଗିରଫ ଦାବି

ଛାତ୍ରୀ ଅସଦାଚରଣ ଘଟଣାରେ ସଂପୃକ୍ତ ଅଧ୍ୟାପକଙ୍କୁ ନେଇ ଯୋର ଧରୁଛି ଗିରଫ ଦାବି

ଜଳେଶ୍ବର:- ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ହରଡ଼ଘଣାରେ। ଅଧ୍ୟାପକଙ୍କ ଗିରଫ ଦାବିରେ ତେଜୁଛି ଅସନ୍ତୋଷ ନେଉଛି ଆନ୍ଦୋଳନର ରୂପ। ଅନ୍ୟପଟେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରି ଜେଲ ପଠାଇବା ବଦଳରେ ଖୋଲାଛାଡ଼ି ଚର୍ଚ୍ଚାରେ ପୋଲିସ। ତେବେ କେନ୍ଦ୍ର ଓ ରାଜ୍ୟ ସରକାର ନାରୀ ସୁରକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ଆସୁଥିବା ବେଳେ ଏଭଳି ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବାର ନିର୍ଦ୍ଦେଶ ଦେଇଥିବା ଜଣାଯାଏ।ସେହିପରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସମାନ ମାର୍ଗଦର୍ଶିକାଜାରୀ କରିଥିଲେ ମଧ୍ୟ ଭୋଗରାଇ ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କ୍ଷେତ୍ରରେ ବ୍ୟତିକ୍ରମ ଭଳି ଘଟଣା ବିଭିନ୍ନ ମହଲରେ ଯେତିକି ଚର୍ଚ୍ଚିତ ହେଉଛି ତାଠାରୁ ଅଧିକ ସନ୍ଦେହ ସୃଷ୍ଟି କରୁଛି। ତେବେ ଛାତ୍ରୀ ଅସଦାଚରଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଅଧ୍ୟାପକଙ୍କୁ ତୁରନ୍ତ ଗିରଫ କରାଯିବା ସହ କରୋନା ବାହାନାରେ ଖୋଲା ଛାଡି ଦେଇଥିବା ପୋଲିସ ଅଧିକାରୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଉଚ୍ଚ କତ୍ତୃପକ୍ଷଙ୍କ ଠାରେ ଦାବି ହେଉଛି। ପ୍ରକାଶଯୋଗ୍ୟ, ଭୋଗରାଇ ମହିଳା ମହାବିଦ୍ୟାଳୟରେ ଜନୈକାଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ଯ ପୋଲିସ ଦୋଷି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣାକୁ ନେଇ ଅଭିଭାବକ ମହଲ,ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଏବେ ନୂଆମୋଡ଼ ନେବାକୁ ଯାଉଛି ଜନଅସନ୍ତୋଷ। ଯାହାକୁ ନେଇ ତେଜିବାରେ ଲାଗିଛି ଜନ ଆନ୍ଦୋଳନ। ଏହା ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଜିବା ସହ ଅସଦାଚରଣକାରୀ ଅଧ୍ୟାପକଙ୍କୁ ତୁରନ୍ତ ଗିରଫଦାବି ଜୋର ଧରିଛି।
ଗତ 29 ରେ ଭୋଗରାଇ ମହିଳା ମହାବିଦ୍ୟାଳୟର ଜନୈକାଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିବା ଘଟଣାକୁ ନେଇ ଗ୍ରାମରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକି ଅଧ୍ୟାପକଙ୍କୁ ଗେଟରେ ତାଲା ପକାଇ ଅଟକ ରଖା ଯାଇଥିଲା।ଖବରପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଧ୍ୟାପକଙ୍କୁ ଥାନାକୁ ନେଇଯାଇଥିଲା। ପରେ ଅସଦାଚରଣର ଶିକାର ପିଡ଼ିତା ଛାତ୍ରୀର ପରିବାର ପକ୍ଷରୁ ନ୍ୟାୟ ପାଇଁ ଭୋଗରାଇ ଥାନାରେ ଲିଖିତଏତଲା ମଧ୍ୟ ଦିଆଯାଇଥିଲା।

ଅଭିଯୋଗକୁ ଭିତ୍ତିକରି ଭୋଗରାଇ ଥାନା ପୋଲିସ ଅଧ୍ୟାପକଙ୍କ ଵିରୁଦ୍ଧରେ ପୋସ୍କ ଆଇନର ଧାରା 8 ଓ 10 ରେ କେସ୍ ରୁଜୁ କରି ଅଧ୍ୟାପକଙ୍କୁ ଗିରଫ କରିବା ବଦଳରେ ଖୋଲା ଛାଡି ଦେବା ପଛରେ କଣ ରହିଛି ରହସ୍ୟ। ତେବେ କଣ ମୋଟା ଅଙ୍କ ନେଇ କରୋନାକୁ ଢାଲ କରି ଖୋଲା ବୁଲିବା ପାଇଁ ଛାଡି ଦେଇଛି କି ବୋଲି ସନ୍ଦେହ ସୃଷ୍ଟି କରୁଛି।ସାଧାରଣ ଲୋକଙ୍କ ଧନଜୀବନ ସୁରକ୍ଷା ସହିତ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାର ଗୁରୁ ଦାୟିତ୍ବ ବହନ କରୁଥିବା ସମୟରେ ଏ ବ୍ୟତିକ୍ରମକୁ ନେଇ ସନ୍ଦେହ ଘେରୋରେ ଭୋଗରାଇ ଥାନା ପୋଲିସ। ଅନ୍ୟପଟେ ପଇସା ବାଲାଙ୍କୁ ଛାଡି କେବଳ ଗରିବଙ୍କୁ ଧରି ଜେଲ ହାଜତକୁ ପଠାଇ ବାହାବା ନେବକି ଭୋଗରାଇ ଥାନା ପୋଲିସ ବୋଲି ଆଲୋଚନା ହେଉଥିବା ବେଳେ ପୋଲିସ ବିଭାଗ ପାଇଁ ଏବେ ଆହ୍ୱାନ ପାଲଟିଛି। ପୋଲିସ ଦୋଷି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଦୋଷିକୁ ଘଣ୍ଟ ଘୁଡାଉ ଥିବା ଅଭିଯୋଗ କରିବା ସହିତ ଅଭିଯୁକ୍ତ ଅଧ୍ୟାପକଙ୍କୁ କଲେଜରୁ ବହିଷ୍କାର କରାଯାଇ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଅନ୍ୟପଟେ ସେ ଘଟଣାକୁନେଇ ଆଜି DSO ସଂଗଠନ ସହ ପିଡ଼ିତା ଛାତ୍ରିର ପରିବାର ଲୋକେ ଏବଂ ଅଭିଭାବକ ମାନେ ଭୋଗରାଇ ଥାନା ସହିତ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

 ଏହି ଘଟଣାର ଅଧ୍ୟାପକଙ୍କୁ ଥାନାରେ 4 ଦିନ ଅଟକରଖି ଛାଡ଼ିଦେବା ନେଇ ଭୋଗରାଇ ଥାନା ଆଇଆଇସିଙ୍କୁ ପ୍ରତିକ୍ରିୟା ମାଗିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ଉତ୍ତର ରଖିନଥିଲେ। ଯାହାକୁନେଇ ପୋଲିସର ପାରିବାପଣିଆ ଉପରେ ସାଧାରଣଜନତାଙ୍କ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ସ୍ଥାନୀୟ ଲୋକ ନିଜ ଅଞ୍ଚଳର ପଡୁଥିବା ଛାତ୍ରୀଙ୍କ ସୁରକ୍ଷା ପାଇଁ ଏବେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିଜୋର ଧରିଛ ।

– ତେବେ କଲେଜକୁ ପାଠ ପଢିବା ପାଇଁ ନିର୍ଭୟରେ ଅଭିଭାବକମାନେ ପଠାଉଥିବା ବେଳେ ସୁରକ୍ଷିତ ଭାବେ ସ୍ନେହଶ୍ରଦ୍ଧାର ସହ ଶିକ୍ଷାଦାନର ଗୁରୁଦାୟିତ୍ୱ ବହନ କରୁଥିବା ପିତୃତୁଲ୍ୟ ଅଧ୍ୟାପକ ଅସଦାଚରଣ କରିବା ଘଟଣାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦିଗରେ ଟାଳଟୁଳ ନୀତି ଆପଣାଇଲେ ଆଗକୁ ଝିଅ ହେଲେ ପାଠଇ ଦେଶ ଯିବ ଆଗେଇ ଭଳି ସରକାରଙ୍କ ଆହ୍ୱାନ ପ୍ରହସନରେ ପରିଣତ ହେବା ବିଚିତ୍ର ନୁହେଁ। ତେବେ ପୋଲିସ ଏଠି କୋଉଭଳି ତଦନ୍ତ କରୁଛି ଏବଂ କେତେ ନିରପେକ୍ଷତା ଦେଖାଉଛି ତାଉପରେ ସବୁ ମହଲରେ ନଜର ରହିଥିବା ବେଳେ ଆଗକୁ ଦୋଷୀକୁ କି ଦଣ୍ଡ ମିଳୁଛି ଦେଖିବାକୁ ବାକି ରହିଲା।

– ଆଶୀଷ କୁମାର ସାହୁଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking