18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶତାଣ୍ଡବ କଲାଣି ବିପର୍ଯ୍ୟୟ

ତାଣ୍ଡବ କଲାଣି ବିପର୍ଯ୍ୟୟ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ  ଘନିଭୂତ ହେବା ସହିତ ମହାବାତ୍ୟାର ରୂପ ନେଇଛି। ଏହା ସହିତ ଗୁଜରାଟ ଉପକୂଳରେ ମାଡ଼ ହେବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି। ୨୫ ବର୍ଷ ପରେ ଜୁନ୍ ମାସରେ ଗୁଜୁରାଟ ଉପକୂଳରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ  ଅନୁଯାୟୀ, ୧୯୬୫ ମସିହା ପରେ ଆରବ ସାଗରରେ  ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ମଧ୍ୟରେ ବିପର୍ଯ୍ୟୟ ‘ସୁପର ସାଇକ୍ଲୋନ’ର ରୂପ ନେବାରେ ତୃତୀୟ ସାମୁଦ୍ରିକ ଝଡ଼ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

ଆଇଏମଡି କହିଛି ଯେ ଗୁଜୁରାଟ ଉପକୂଳ ପାର ହେବା ପାଇଁ ବିପର୍ଯ୍ୟୟ ‘ଅତ୍ୟନ୍ତ ଭୟଙ୍କର’ ବର୍ଗର ପଞ୍ଚମ ଘୂର୍ଣ୍ଣିବଳୟ ହେବ। ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୮-୬୩ କିଲୋମିଟର। ଏହିପରି ଭାବରେ ଗତ ୫୮ ବର୍ଷ ମଧ୍ୟରେ ଆରବ ସାଗରରେ ବିପର୍ଯ୍ୟୟ ହେଉଛି ଏକମାତ୍ର ତୃତୀୟ ‘ଅତ୍ୟଧିକ ଭୟଙ୍କର’ ଘୂର୍ଣ୍ଣିବଳୟ।

ଆଇଏମଡି ଅନୁଯାୟୀ ଗୁରୁବାର ଅପରାହ୍ନରେ ଗୁଜୁରାଟର ସୌରାଷ୍ଟ୍ର-କୁଚ୍ ଏବଂ ପାକିସ୍ତାନର କରାଚି ମଧ୍ୟରେ ‘ଅତ୍ୟଧିକ ଭୟଙ୍କର’ ଘୂର୍ଣ୍ଣିବଳୟ ବିପରଜୟ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ତେବେ ଆସନ୍ତୁ ଦଶଟି ପଏଣ୍ଟରେ ଜାଣିବା ଏହି ସାମୁଦ୍ରିକ ଝଡ଼ର ଗତିପଥ, ପ୍ରକୋପ ସମ୍ପର୍କରେ।

୦୧-ଉତ୍ତର ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ଉତ୍ତର ଦିଗରେ ଗତି କରୁଛି। ୧୫ ଜୁନ ବେଳକୁ ଏହା ସୌରାଷ୍ଟ୍ର ଓ କୁଚ ମଧ୍ୟରେ ସ୍ଥଳ ଭାଗ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking