17.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଇଣ୍ଡୋନେସିଆ ସମୂଦ୍ରକୂଳର ନିର୍ମିତ ଏହି ମନ୍ଦିରକୁ ସୁରକ୍ଷା ଦିଅନ୍ତି ବିଷଧର ସର୍ପ

ଇଣ୍ଡୋନେସିଆ ସମୂଦ୍ରକୂଳର ନିର୍ମିତ ଏହି ମନ୍ଦିରକୁ ସୁରକ୍ଷା ଦିଅନ୍ତି ବିଷଧର ସର୍ପ

ଭୁବନେଶ୍ୱର : ଭାରତୀୟ ମନ୍ଦିରର ରହସ୍ୟ ସାରା ବିଶ୍ୱକୁ ଚକିତ କରିଥାଏ । ତେବେ ଇଣ୍ଡୋନେସିଆର ସମୂଦ୍ର କୂଳରେ ନିର୍ମିତ ଏକ ମନ୍ଦିରକୁ ବିଷଧର ସର୍ପମାନେ ସୁରକ୍ଷା ଦେଉଛନ୍ତି ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ । ସ୍ଥାନୀୟ ଭାଷାରେ ଏହା ତନାହ ଲୋତ ମନ୍ଦିର ଭାବେ ପରିଚିତ । ଏହା ୭ଟି ମନ୍ଦିରର ଏକ ଶ୍ରେଣୀ । ଗୋଟିଏ ମନ୍ଦିର ମଧ୍ୟରେ ପ୍ରବେଶ କଲେ ଅନ୍ୟ ମନ୍ଦିର ସ୍ପଷ୍ଟ ଭାବେ ଦୃଶ୍ୟମାନ ହୁଏ । ୧୯୮୦ରେ ଏହି ମନ୍ଦିରର ପଥର ତଳୁ ଖସିବାରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ପରେ ଜାପାନ ସରକାର ସହଯୋଗରେ ଏହାକୁ ତିଆରି କରାଯାଇଥିଲା ।
ଏହି ମନ୍ଦିରକୁ ତନାହ ଲୋତ ମନ୍ଦିର ନାମରେ ଜଣାଯାଏ । ସ୍ଥାନୀୟ ଭାଷାରେ ତନାହ  ଲଟର ଅର୍ଥ ସମୁଦ୍ର ଭୂମି । ଏହି ମନ୍ଦିର ଯେଉଁ ଶିଳା ଉପରେ ରହିଛି, ତାହା ୧୯୮୦ ମସିହାରେ ଦୁର୍ବଳ ହୋଇ ଖସିବାକୁ ଲାଗିଥିଲା । ଯାହା ପରେ ମନ୍ଦିର ଓ ତା ଆଖପାଖ ଅଂଚଳକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ପରେ ଜାପାନ ସରକାର ଏହାକୁ ରକ୍ଷା କରିବା ପାଇଁ ଇଣ୍ଡୋନେସିଆ ସରକାରଙ୍କ ସାହାଯ୍ୟ ଲୋଡିଥିଲେ । ଏହାପରେ ପ୍ରାୟ ଏକ ତୃତୀୟାଂଶ ଭାଗର କୃତ୍ରିମ ଚଟାଣ ଦ୍ୱାରା ଢଙ୍କା ଯାଇ ଏକ ନୂଆ ରୂପ ଦିଆଯାଇଥିଲା ।
କୁହାଯାଏ, ତନାହ ଲୋତ ମନ୍ଦିରର ନିର୍ମାଣ ୧୫ ଶତାବ୍ଦୀରେ ନିରର୍ଥ ନାମକ ଜଣେ ପୂଜାରୀ କରିଥିଲେ । ସମୁଦ୍ର କୂଳେ କୂଳେ ଯିବା ପରେ ସେ ଏହି ସ୍ଥାନରେ ପଂହଚିଥିଲେ । ଆଉ ଏହି ସ୍ଥାନର ସୁନ୍ଦରତା ତାଙ୍କୁ ବିମୋହିତ କରିଥିଲା । ସେ ରାତିରେ ସେଠି ମଧ୍ୟ ରହିଥିଲେ । ପରେ ସେ ସ୍ଥାନୀୟ କେଉଟ ମାନଙ୍କୁ ଏହି ସ୍ଥାନରେ ସମୁଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରିବାକୁ କହିଥିଲେ । ଏହି ମନ୍ଦିରରେ ପୂଜାରୀ ନିରର୍ଥଙ୍କ ପୂଜା ହୋଇଥାଏ । କୁହାଯାଏ, ନକରାତ୍ମକ ଶକ୍ତି ଓ ଖରାପ ଲୋକଙ୍କ ଠାରୁ ଏହି ମନ୍ଦିରର ସୁରକ୍ଷା  ଏହାର ଶିଳା ତଳେ ରହୁଥିବା ବିଷଧର ଓ ଖତରନାକ ସାପ କରିଥାନ୍ତି । ଆହୁରି ମଧ୍ୟ କୁହାଯାଏ, ପୂଜାରୀ ନିରର୍ଥ ନିଜ ଶକ୍ତି ବଳରେ ଏକ ବିଶାଳ ସାମୁଦ୍ରିକ ସାପ ସୃଷ୍ଟି କରିଥିଲେ , ଯାହା ଆଜି ବି ଏହି ମନ୍ଦିରକୁ ସୁରକ୍ଷା ଦେଉଛି ।
କିମ୍ବଦନ୍ତୀ ଅନୁସାରେ ୧୫ଶ ଶତାବ୍ଦୀରେ ନିରର୍ଥ ନାମକ ଏକ ପୂଜାରୀ ସ୍ଥାନୀୟ କେଉଟମାନଙ୍କୁ ନେଇ ସମୂଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରାଇଥିଲେ । ପୂଜାରୀ ଏହାର ସୁରକ୍ଷା ପାଇଁ ବିଷଧର ସର୍ପଙ୍କୁ ଆହ୍ୱାନ କରିଥିଲେ । ସେବେଠାରୁ ଏହାର ପଥର ତଳେ ଏହି ସର୍ପ ଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking