34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶପାଦ୍ରୀଙ୍କ ଆପତ୍ତିଜନକ ଭିଡିଓ ଶେୟାର୍ କରି ତାମିଲ ଅଭିନେତା କନାଲ୍ କନ୍ନନ ଗିରଫ

ପାଦ୍ରୀଙ୍କ ଆପତ୍ତିଜନକ ଭିଡିଓ ଶେୟାର୍ କରି ତାମିଲ ଅଭିନେତା କନାଲ୍ କନ୍ନନ ଗିରଫ

କନ୍ୟାକୁମାରୀ: ମହିଳାଙ୍କ ସହିତ ଜଣେ ପାଦ୍ରୀ ଡ୍ୟାନ୍ସ କରୁଥିବା ଆପତ୍ତିଜନକ ଭିଡିଓ ଶେୟାର୍ କରିଥିବା ଅଭିଯୋଗରେ ଲୋକପ୍ରିୟ ତାମିଲ ଅଭିନେତା ଏବଂ ଷ୍ଟଣ୍ଟ୍ ମାଷ୍ଟର୍ କନାଲ୍ କନ୍ନନ୍‌ଙ୍କୁ ନାଗରକୋଇଲ ସାଇବର୍ କ୍ରାଇମ୍ ପୁଲିସ ଗିରଫ କରିଛି । କନ୍ୟାକୁମାରୀ ଜିଲ୍ଲା ଡିଏମ୍‌କେ ନେତା ତଥା ଆଇଟି ସେଲ୍ ସଦସ୍ୟ ଅଷ୍ଟିନ୍ ବେନେଟ୍ ଅଭିନେତାଙ୍କ ବିରୋଧରେ ଧାର୍ମିକ ଭାବନା ଆହତ ଅଭିଯୋଗ କରିଥିଲେ । ନାଗରକୋଇଲ ସାଇବର୍ କ୍ରାଇମ୍ ପୁଲିସ ଅଭିନେତାଙ୍କ ଥାନା ଡକାଇ ପଚରା ଉଚରା କରିବା ସହିତ ତାଙ୍କ ବିରୋଧରେ ମାମଲା ରୁଜୁ ସହିତ ତାଙ୍କୁ ଗିରଫ କରିଛି । ଅଭିନେତା କନ୍ନନ୍ ସୋସିଆଲ୍ ମିଡିଆରେ ପାଦ୍ରୀ ମହିଳାଙ୍କ ଅଣ୍ଟାରେ ହାତଦେଇ ଡ୍ୟାନ୍ସ କରୁଥିବାର ଆପତ୍ତିଜନକ ଭିଡିଓ ଶେୟାର୍ କରିଥିଲେ । ବିଦେଶୀ ଧର୍ମର ଏହା ହିଁ ବାସ୍ତବିକ ସ୍ଥିତି ବୋଲି ମଧ୍ୟ ସେ ଟ୍ୱିଟ୍‌ରେ ଲେଖିଥିଲେ । ସେ ତାମିଲରେ ଲେଖିଥିଲେ, ଧର୍ମାନ୍ତରୀତ ହିନ୍ଦୁମାନେ ଏ ସମ୍ପର୍କରେ ଚିନ୍ତା ଏବଂ ପଶ୍ଚାତାପ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking