କାବୁଲ : ଆଫଗାନିସ୍ତାନର ବିମାନବନ୍ଦର ପୁଣି ଖୋଲିବ । ଏଥିପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ଚୁକ୍ତି ସ୍ୱାକ୍ଷରିତ କରିଛି ତାଲିବାନ । ତାଲିବାନର ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ଜେଲାନି ୱଫା ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି ।ଏହି ଅବସରରେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ୍ଲା ଗନି ବରାଦର ମଧ୍ୟ ଉପସ୍ଥିତ ଥିଲେ ।
ଚୁକ୍ତି ମୁତାବକ ଆବୁଧାବିର କମ୍ପାନି ଜିଏଏସି କର୍ପୋରେସନ ହେରାତ, କାବୁଲ ଓ କାନ୍ଦାହାର ବିମାନବନ୍ଦରକୁ ପରିଚାଳନା କରିବ । ବିମାନବନ୍ଦର ସଞ୍ଚାଳନ ନିମନ୍ତେ ୟୁଏଇ, ତୁର୍କୀ ଓ କତାର ସହିତ ମାସ ମାସ ଧରି ଆଲୋଚନା କରିଥିଲା ତାଲିବାନ । ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି ।