ନୁଆଦିଲ୍ଲୀ: ଗାଜିୟାବାଦର ସିହାନୀ ଥାନା ଅଞ୍ଚଳରେ ଗାନ୍ଧୀନଗର ସ୍ଥିତ ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଯୁବତୀଙ୍କୁ ଚାକିରୀ ଦେବା ବାହାନାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଚାକିରୀ ଦେବା ବାହାନାରେ ଅଭିଯୁକ୍ତ ଯୁବତୀଙ୍କୁ ହୋଟେଲକୁ ଆଣି ମୃଦ୍ୟୁପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଛି । ଏଭଳି ଅଭିଯୋଗ ଆଣିଛନ୍ତି ଯୁବତୀ । ଏହି ଅଭିଯୋଗ ପରେ ସମ୍ପୃକ୍ତ ଯୁବକକୁ ଖୋଜିବାରେ ଲାଗିପଡିଛି ପୋଲିସ ।
ପିଡିତାଙ୍କ ଅଭିଯୋଗ କ୍ରମେ ତାର ଜଣେ ସାଙ୍ଗ ମାଧ୍ୟମରେ ସେ ଅଭିଯୁକ୍ତ ସମ୍ପର୍କରେ ଜାଣିବାକୁ ପାଇଲା । ଅଭିଯୁକ୍ତ ଜଣକ ତାଙ୍କୁ ଚାକିରୀ କରାଇଦେବ ବୋଲି ଆଶ୍ୱାସନା ଦେଇଥିଲା । ଏହା ପରେ ସେ ଯୁବତୀଙ୍କୁ ହୋଟେଲ ଡକାଇ ତାଙ୍କ ସହିତ ଦୁଷ୍କର୍ମ କଲା । ଏହା ପରେ ପୀଡିତା ହୋଟେଲ୍ ରିସେପ୍ସନରୁ ହିଁ ନିଜ ଭଉଣୀଙ୍କୁ ଫୋନ୍ କଲେ ଏବଂ ଥାନାରେ ପହଞ୍ଚିଲେ ।
ପୀଡିତାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରି ଯାଞ୍ଚ କରିବାରେ ଲାଗିପଡିଛି । କୁହାଯାଉଛି ଯେ ଅଭିଯୁକ୍ତର ନାଁ ଅଙ୍କୁର ତ୍ୟାଗୀ । ଅଭିଯୁକ୍ତ ସମ୍ପର୍କରେ କୁହାଯାଉଛି ଯେ ସେ ଏକ ହିନ୍ଦୁ ଦଳର ପଦାଧିକାରୀ । ଅନ୍ୟପଟେ ଯୁବତୀ ଜଣକ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ବନ୍ଧୁକ ମୁନରେ ଧମକ ଦିଆଯାଉଛି । ଯୁବତୀଙ୍କ ଅନୁସାରେ ତାଙ୍କୁ ଡରାଇ ଏହା କୁହାଯାଉଛି ଯେ ହୋଟେଲର ତାଙ୍କୁ କରାଯାଇଥିବା ଦୁଷ୍କର୍ମର ଅଶ୍ଲୀଳ ଭିଡିଓ ବନାଯାଇଛି । ଏହାପରେ ଯୁବତୀ ଜଣକ ଚିନ୍ତାରେ ପଡିଯାଇଛନ୍ତି । ସେ ମାତ୍ର କିଛି ମାସ ପୂର୍ବରୁ ହିଁ ସେହି ଯୁବକକୁ ଜାଣିଥିଲେ । ଅନ୍ୟପଟେ ପୋଲିସ ସେହି ଯୁବକକୁ ଖୋଜିବାରେ ଲାଗିପଡିଛି ।