34.1 C
Bhubaneswar
Friday, June 28, 2024
Homeଖେଳଟି-୨୦ ବିଶ୍ୱକପ : ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମୁକାବିଲା

ଟି-୨୦ ବିଶ୍ୱକପ : ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମୁକାବିଲା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୮ରେ ଆଜି ସବୁଠୁ ବଡ଼ ଲଢେଇ । ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ । ଆଫଗାନିସ୍ତାନଠାରୁ ପରାସ୍ତ ହେବା ପରେ କଙ୍ଗାରୁ ଦଳ ପାଇଁ ଆଜିର ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି । ସେମିଫାଇନାଲ୍ ରେସରେ ଏବେ ସୂତାଖିଅରେ ଲଟକିଛି ଅଷ୍ଟ୍ରେଲିଆ । ଆଜି ହାରିଲେ, ସଙ୍କଟରେ ଥିବା ଅଷ୍ଟ୍ରେଲିଆ ପାଇଁ ଆହୁରି ଅଡୁଆ ହେବ ସେମିଫାଇନାଲ ରାସ୍ତା । ନେଟ୍ ରନରେଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଅନ୍ୟପଟେ ଗଡିଚାଲିଛି ଟିମ୍ ଇଣ୍ଡିଆର ବିଜୟ ରଥ । ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେବା ସହ ଆଜିର ମ୍ୟାଚ ଜିତି ଅପରାଜେୟ ସହ ଗ୍ରୁପ ଟପ୍ପର ହୋଇ ସେମିରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ରେକର୍ଡ ଏବଂ ବର୍ତମାନର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି । ଟି-୨୦ ବିଶ୍ୱକପରେ ଭାରତ ଓ ଅଷ୍ଟ୍ରେଲିଆ ୫ ଥର ପରସ୍ପରକୁ ଭେଟିଥିବାବେଳେ ଭାରତ ୩ଟିରେ ବିଜୟୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking