30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶପୂଜା ପାଇବେ ୧୮ ଫୁଟ୍ ଉଚ୍ଚ ସୁନାର ଗଣେଶ ମୂର୍ତ୍ତି

ପୂଜା ପାଇବେ ୧୮ ଫୁଟ୍ ଉଚ୍ଚ ସୁନାର ଗଣେଶ ମୂର୍ତ୍ତି

ଲକ୍ଷ୍ନୌ: ପାଖେଇ ଆସୁଛି ଗଣେଶ ଚତୁର୍ଥୀ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି। ଗଣେଶ ପୂଜାରେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଡିଜାଇନର ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି। ସାରା ଦେଶରେ ଗଣେଶ ପୂଜା ପ୍ରସ୍ତୁତି ଜୋରସୋର୍‌ରେ ଚାଲିଥିବାବେଳେ ୟୁପିର ଚାନ୍ଦ୍‌ଆଉସୀରେ ଜଣେ କାରିଗର ୧୮ ଫୁଟର ସୁନାର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ମୂର୍ତ୍ତିଟି ମୂଲ୍ୟବାନ ହୋଇଥିବା ସହ ଏହା ଦେଖିବାକୁ ମଧ୍ୟ ବେଶ୍ ଆକର୍ଷଣୀୟ। ‘ପ୍ରାୟ ୪୦ରୁ ୫୦ ପ୍ରତିଶତ ସୁନାର ବ୍ୟବହାର କରି ଏହି ମୂର୍ତ୍ତି ତିଆରି କରାଯାଇଛି’ ବୋଲି କହିଛନ୍ତି ଏଥିରେ ସମ୍ପୃକ୍ତ ଥିବା ଜଣେ କାରିଗର। ମୂର୍ତ୍ତି ନିର୍ମାଣ ହେଉଥିବା ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ କାରିଗର ବେଶ୍ ନିପୁଣତାର ସହ ଏହି ଦୁର୍ଲଭ ମୂର୍ତ୍ତିଟିକୁ ତିଆରି କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking