27.1 C
Bhubaneswar
Sunday, September 8, 2024
Homeଓଡିଶାଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଦଳିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଘ ଭୂୟାଁ ସାହି ନିକଟରେ ଜଣେ ଦଳିତ ଯୁବକର ସନ୍ଦେହ ଜଣକ ଭାବେ ମୃତ୍ୟୁ ହୋଇଛି । ଯୁବକକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ, କିଶନ ନଗର ଥାନା ବାବୁଜୁଙ୍ଗ ଗାଁର ଦଳିତ ଲଷ୍ମୀଧର ବେହେରାଙ୍କ ପୁତ୍ର ଵାପିନା ବେହେରା । ତାଙ୍କର ବୟସ ୨୮ ବର୍ଷ ହେବ, ସେ  ମଙ୍ଗୁଳି ସ୍ଥିତ ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି । ସୋମବାର ରାତିରେ ଵାପିନା ନିଜ ଘରକୁ ଫେରିଥିଲେ । ହେଲେ ସେ ଆଉ ଘରେ ପହଞ୍ଚିନଥିଲେ ।

ଶେଷରେ ମଙ୍ଗଳବାର ଦିନ ସକାଳେ ଵାପିନାଙ୍କ ମୃତଦେହ ବାବୁଜୁଙ୍ଗ ଭୂୟାଁ ସାହି କୁକୁଡ଼ା ଫାର୍ମ ନିକଟରେ ପଡିଥିବାର ଲୋକେ ଦେଖିଥିଲେ । ଏହାସହିତ ତାଙ୍କ ପାଟିରୁ ଓ ନାକରୁ ରକ୍ତ ବୋହୁଥିବାର ଦେଖିବାକୁ ମିଳିଥିଲା | ଵାପିନାକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking