30.1 C
Bhubaneswar
Monday, May 18, 2026
Homeଓଡିଶାଆଶା କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ

ଆଶା କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଭାଗବତ କଥା ଶୁଣି ଘରକୁ ଫେରିବା ବେଳେ ଜଣେ ଆଶା କର୍ମୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ସୀମା ଅନ୍ତର୍ଗତ ଟିଙ୍ଗୁବାହାଲ ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାମ ମଞ୍ଜରୀ ସାହୁ ବୋଲି ଚିହ୍ନଟ କରାଯାଇଛି। ସେ ଜଣେ ଆଶା କର୍ମୀ ଭାବରେ କାମ କରୁଥିଲେ। ଏବେ କାର୍ତ୍ତିକ ମାସ ଚାଲିଥିବାରୁ, ଗାଁ ମଣ୍ଡପରେ ଭାଗବତ ପାଠ ଚାଲିଥିଲା। ପ୍ରତିଦିନ ପରି ଗତକାଲି ମଧ୍ୟ ମଞ୍ଜରୀ ଭାଗବତ କଥା ଶୁଣିବାକୁ ଯାଇଥିଲେ। ଘରକୁ ଫେରିବା ସମୟରେ ହଠାତ୍ ସେ ଅସହଜ ଅନୁଭବ କଲେ ଏବଂ କିଛି ସମୟ ମଧ୍ୟରେ ମଣ୍ଡପ ପାଖରେ ପଡ଼ିଗଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ଚିହ୍ନଟ କରିବା ସହ ତଦନ୍ତ ଆରମ୍ଭ କରିଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking