30.1 C
Bhubaneswar
Monday, May 18, 2026
Homeଓଡିଶାଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦେଢ଼ କୋଟି ଟଙ୍କାର ପୁରସ୍କାର ଥିବା ଦୁଇ ବରିଷ୍ଠ ମାଓକ୍ୟାଡର ବୁଧବାର ଦିନ ମାଲକାନଗିରି ସୀମାରେ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଦୁଇ ହାର୍ଡକୋର ମାଓବାଦୀଙ୍କୁ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରାନ୍ନା ଏବଂ ରାଜ୍ୟ କମିଟି ସଦସ୍ୟ ବି. ପ୍ରକାଶ ଓରଫ ପର୍ବତ ଭାବରେ ଚିହ୍ନଟ କରାଯାଇଛି। ଦୁଇ ବରିଷ୍ଠ ମାଓବାଦୀ କ୍ୟାଡରଙ୍କ ନାମରେ ୧.୫ କୋଟି ଟଙ୍କାର ସମ୍ମିଳିତ ପୁରସ୍କାର ଥିଲା। ସେମାନେ ୪ଟି ରାଜ୍ୟରେ ମୋଷ୍ଟ ୱାଣ୍ଟେଡ୍ ଥିଲେ। କେନ୍ଦ୍ରୀୟ କମିଟି ସଦସ୍ୟ ପୁଲୁରି ପ୍ରସାଦ ରାଓ ତେଲେଙ୍ଗାନାରେ ଥିଲେ ଏବଂ ୪୫ ବର୍ଷ ଧରି ମାଓ ସଂଗଠନରେ ଜଡିତ ଥିଲେ। ପ୍ରସାଦ ୧୭ ବର୍ଷ ଧରି ସିସି ସଦସ୍ୟ ଥିଲେ। ଏହି ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ ସଂଗଠନକୁ ଦୋହଲାଇ ଦେଇଛି। ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୋଲିସ ଆଶା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking