ମୟୂରଭଞ୍ଜ: ପିଲା ଚୋରକୁନେଇ ଖେଳିଯାଇଛି ବାପମାଆଙ୍କ ମଧ୍ୟରେ ଆତଙ୍କ। ପିଲାଚୋର ଅଭିଯୋଗରେ ଛନ୍ଦି ହୋଇ ଗାଁ ଲୋକଙ୍କ ହାତରୁ ଛେଚା ଖାଇଲେ ଯୁବକ। ଅନ୍ୟପଟେ ଏବେ ରାଜ୍ୟରେ ବଢ଼ି ଚାଲିଛି ବିଭିନ୍ନ ଅଣ ଓଡିଆଙ୍କ ପ୍ରବେଶ ଯାହାଫଳରେ ଓଡିଶା ଏବେ ଅସୁରକ୍ଷିତ ହୋଇପଡ଼ୁ ଥିବା ଅଭିଯୋଗ ହେଉଛି | ତେବେ ଅଣଓଡ଼ିଆଙ୍କ ପ୍ରବେଶ ଫଳରେ ବଢ଼ି ଚାଲିଛି ଅସାମାଜିକ କାର୍ଯ୍ୟ କୋଉଠି ବିଭିନ୍ନ ପ୍ରକାର ନିଶା ବଢ଼ି ଚାଲିଛିତ କେତେବେଳେ ବାହାର ରାଜ୍ୟକୁ ଯୁବତୀ ଚାଲାଣ ହୋଉଥିବା ଭଳି ଖବର ପ୍ରତ୍ୟେକଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ଆଲୋଚନା ହେଉଛି। ତେବେ ଏମାନଙ୍କ ପ୍ରବେଶକୁନେଇ ଛୁଆଚୋରୀ ହେବା ଘଟଣା ଏବେ ରାଜ୍ୟରେ ଆତଙ୍କ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ସବୁଜାଣି ନିରବ ରହିବାକୁନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଇଛି।
ତେବେ ଏପରି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କେନ୍ଦୁମୁଣ୍ଡି ଗାଆଁରୁ। ତେବେ ଏହି ଅଞ୍ଚଳରେ ଏବେ ମାତିଛନ୍ତି ଛୁଆ ଚୋର। ଯାହାକି ଛୁଆ ଚୋର ସନ୍ଦେହରେ ଏକ ଯୁବକକୁ ଗ୍ରାମବାସୀମାନେ କାବୁକରି ହାତଗୋଡ ବାନ୍ଧି ନିସ୍ତୁକ ଛେଚି ଥିବାର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ ଛୁଆକୁ ଚୋର ଠାରୁ ଉଦ୍ଧାର କଲା ସମୟରେ ଚୋରର ଟାଙ୍ଗିଆ ଚୋଟରେ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି | ଏବିଷୟରେ ଯଶୀପୁର ଥାନା ସୂଚନା ପାଇବା ପରେ କେନ୍ଦୁମୁଣ୍ଡି ଗ୍ରାମକୁ ଯାଇ ଘଟଣାସ୍ଥଳରେ ପହଁଞ୍ଚି ଛୁଆ ଚୋରକୁ ଉଦ୍ଧାର କରିବା ସହିତ ଚୋର ଠାରୁ ଏକ ଲୁହା ରଡ଼,ଟାଙ୍ଗିଆ, ଚାବି ପେନ୍ଥା ଓ ଛୁରୀ ଜବତ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।