ସୋର: ସୋର ବ୍ଲକ୍ କେଶରୀପୁର ପଞ୍ଚାୟତ କେଶରୀପୁର ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଏହି ଗ୍ରାମର ମନୋରଞ୍ଜନ ସାମଲକୁ ରଞ୍ଜୁକ୍ତା ସାମଲ ୧୨ ବର୍ଷେ ତଳେ ପ୍ରେମ ବିବାହ କରିଥିଲେ । ବିବାହକୁ ୧୦ ବର୍ଷ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ ଥିବା ବେଳେ ୨ ବର୍ଷ ହେବ ରଞ୍ଜୁକ୍ତାର ଚରିତ୍ରକୁ ସନ୍ଦେହ କରି ଛୋଟ ଛୋଟ କଥାରେ ମନୋରଞ୍ଜନ ତାଙ୍କୁ ମରାପିଟା କରିବା ସହିତ ତାଙ୍କ ୨ ଛୁଆଙ୍କୁ ଖାଇବା ପିଇବା ବାବଦରେ ଖର୍ଚ୍ଚ ଦେଉନଥିଲେ . ଏ ବାବଦରେ ରଂଯୁକ୍ତା ସୋର ଥାନାରେ ଅଭିଯୋଗ କରିବା ପରେ ଥାନା ନିଷ୍ପତ୍ତି ଅନୁସାରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଏହି ଘଟଣାର ସମାଧାନ କରି ମନୋରଞ୍ଜନ ସ୍ତ୍ରୀ ରଞ୍ଜୁକ୍ତାଙ୍କୁ ଘରକୁ ନେଇଥିଲେ ।
ଏବାବଦରେ ରଞ୍ଜୁକ୍ତା ସୋର ତହସିଲରୁ ଏକ ଲିଖିତ ରାଜିନାମା କରି ସ୍ୱାମୀ ମନୋରଞ୍ଜନକୁ ଦେଇଥିଲେ । ଆଜି ମଧ୍ୟାହ୍ନରେ ମନୋରଞ୍ଜନ ଉକ୍ତ ଲେଖାକୁ ସନ୍ଦେହ କରି ସ୍ତ୍ରୀ ରଞ୍ଜୁକ୍ତାଙ୍କୁ ଜୀବନରୁ ମାରିଦେବାର ମନ୍ଦ ଉଦ୍ଦେଶ୍ୟ ରଖି ଏକ ଲୁହାରଡ଼ ଏବଂ ବାଉଁଶ ଠେଙ୍ଗାରେ ତାଙ୍କ ଗୋଡ଼, ହାତକୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ରକୁ ଅଟକ ରଖିଥିଲେ । ଏଥିରେ ରଞ୍ଜୁକ୍ତା ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଚିକିତ୍ସିତ ହୋଇ ଅପରାହ୍ଣରେ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।