ଶ୍ରୀନଗର : ଦେଶବ୍ୟାପୀ ଧୁମଧାମରେ ପାଳନ କରାଯାଉଛି ଦୀପାବଳି । ଚାରିଆଡେ ଉତ୍ସବର ମାହୋଲ । ଏହାରି ମଧ୍ୟରେ ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ବଡ ଧରଣର ଆକ୍ରମଣ ଯୋଜନା କରିଥିଲେ ଆତଙ୍କବାଦୀ । ଯାହାକୁ କି ପଣ୍ଡ କରିଦେଇଛି ଭାରତୀୟ ସେନା । ଶ୍ରୀନଗର ଓ ବାରମୁଲା ଜାତୀୟ ରାଜପଥ ଅନସାରୀ ଟୋୟୋଟା ଛକ ନିକଟରେ ଏଗ ସନ୍ଦିଗ୍ଧ ବ୍ୟାଗ୍ ଥିବା ଜଣାପଡିବା ପରେ ତୁରନ୍ତ ସେଠାରେ ପହଞ୍ଚିଥିଲେ ସେନା ଯବାନ । ସନ୍ଦିଗ୍ଧ ବ୍ୟାଗରେ ଗ୍ୟାସ୍ ସିଲିଣ୍ଡର ରଖାଯାଇଥିଲା । ତେବେ ବୋମା ନିଷ୍କ୍ରିୟକାରୀ ଟିମ୍ ତୁରନ୍ତ ସେହି ଗ୍ୟାସ୍ ସିଲିଣ୍ଡରଟିକୁ ନଷ୍ଟ କରିଦେଇଥିଲେ । ସୂଚନାଯୋଗ୍ୟ, ଆତଙ୍କବାଦୀ ମାନେ ଆଇଇଡି ବିସ୍ଫୋରଣ ପାଇଁ ମୁଖ୍ୟତଃ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିଥାନ୍ତି । ତେବେ ନଷ୍ଟ କରିଦିଆଯାଇଥିବା ସିଲିଣ୍ଡରକୁ ମଧ୍ୟ ଆତଙ୍କବାଦୀମାନେ ବିସ୍ଫୋରଣ କରିବା ଉଦ୍ଦେଶ୍ୟର ରଖିଥିଲେ ବୋଲି କୁହାଯାଇଛି । ଯାହା ଫଳରେ ଏକ ବଡ ଧରଣର ବିପଦ ଟଳିଯାଇଛି । ମିଳିଥିବା ସୂଚନା ଅନୁସାରେ, ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ଯବାନ ଏହି ସନ୍ଧିଗ୍ଧ ବ୍ୟାଗଟିକୁ ଦେଖିଥିଲେ । ତୁରନ୍ତ ସେମାନେ ରାଜପଥରେ ଯାତାୟତ କରୁଥିବା ଗାଡିଗୁଡିକୁ ରୋକିଥିଲେ । ଉଭୟ ପଟୁ ଯାତାୟତ ବନ୍ଦ କରାଯିବା ସହିତ ବୋମା ନିଷ୍କ୍ରିୟକାରୀ ଟିମ୍ଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ କୁହାଯାଇଥିଲା । କିଛି ସମୟ ମଧ୍ୟରେ ବୋମା ନିଷ୍କ୍ରିୟକାରୀ ଟିମ୍ ସେଠାରେ ପହଞ୍ଚି ସିଲିଣ୍ଡରଟିକୁ ନଷ୍ଟ କରିଥିଲେ ।