21.1 C
Bhubaneswar
Saturday, February 14, 2026
Homeଓଡିଶାଆଜିଠୁ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ

ଆଜିଠୁ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ

ପୁରୀ : ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ରତ୍ନଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗର ସନ୍ଧାନ କରି ଏଏସଆଇ ଟିମ୍। ତନ୍ନ ତନ୍ନ କରି ହେବ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ। ଏହି ସମୟରେ ୩ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରିପୋର୍ଟ ଆସିବା ପରେ ମରାମତି ଓ ଗଣତି ମଣତି ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏହି ସର୍ଭେ ୩ ଦିନ ଧରି ଚାଲିବ। ଆସନ୍ତା ୨୪ ତାରିଖ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହାପରେ ଆଜିଠୁ ସର୍ଭେ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟସରକାରଙ୍କ ଏସଓପି ମୁତାବକ ନିରୀକ୍ଷଣ ପ୍ରକ୍ରିୟା ହେବ। ତେଣେ ଯାଞ୍ଚ ବେଳେ ସର୍ବସାଧାରଣ ଦର୍ଶନ ୩ ଦିନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking