କୋଲକାତା : ପଶ୍ଚିମବଙ୍ଗ ଓ ଆସାମରେ ଆତଙ୍କ ଖେଳାଇଥିବା ଉଗ୍ରବାଦତୀ ସଂଗଠନ କେଏଲଓ (କାମାତାପୁର ଲିବରେସନ ଅର୍ଗାନାଇଜେସନ)ର ମୁଖ୍ୟ କୁହାଯାଉଥିବା ଜୀବନ ସିଂହ କୋଚ୍ ବୁଧବାର ନିଜର ୯ ଜଣ ସହକର୍ମୀଙ୍କ ସମେତ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ମିଆଁମାର ସୀମା ସଂଲଗ୍ନ ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ଏହି ଆତ୍ମସମର୍ପଣ ଘଟଣା ଘଟିଛି । ୨୦୨୨ରେ କେଏଲଓର ଦ୍ୱିତୀୟ ମୁଖ୍ୟ କୁହାଯାଉଥିବା କୈଳାସ କୋଚ୍ ଓ ତାଙ୍କ ପତ୍ନୀ ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି । ଆସାମର ପଶ୍ଚିମାଞ୍ଚଳ ଓ ନର୍ଥ ବେଙ୍ଗଲରେ ସକ୍ରିୟ ଥିବା କେଏଲଓ ସ୍ୱତନ୍ତ୍ର କାମାତାପୁର ରାଜ୍ୟ ଦାବିରେ ଉଗ୍ରବାଦୀ କାର୍ଯ୍ୟକଳାପ ଚଳାଇ ଆସୁଛି । କୁଚ୍ବିହାର, ମାଲଦା, ନର୍ଥ ଦିନାଜପୁର, ସାଉଥ୍ ଦିନାଜପୁର ଓ ଜଳପାଇଗୁଡି ଜିଲ୍ଲାକୁ ନେଇ କାମାତାପୁର ରାଜ୍ୟ ଗଠନ ପାଇଁ ସଂଗଠନ ଦାବି ଜଣାଇ ଆସୁଛି ।