ଭୁବନେଶ୍ୱର : କଂଗ୍ରେସର ବରିଷ୍ଟ ନେତା ବିଧାୟକ ସୁରେଶ ରାଉତରାୟ ଆଜି ଟିଭିକୁ ଯେଉଁ ବୟାନ ଦେଇଛନ୍ତି ସେଥିରେ ପ୍ରଶାସନ କଣ କରିବ | କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୧୪ ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରିଛନ୍ତି | ଏଥିରେ ଖୋର୍ଦ୍ଧା ଜିଲ୍ଲା ରହିଛି | ଆଉ ସେ କହିଛନ୍ତି ଏହି ନିୟମକୁ ନ ମାନିବେ ନାହିଁ ।
ଶ୍ରୀ ରାଉତରାୟ କହିଛନ୍ତି , ତାଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ହେଉ, ହେଲେ ସେ କୁଦିଆରି ମେଲଣକୁ ଯିବେ । ତାଙ୍କ ସାଙ୍ଗରେ ଲୋକମାନେ ବି ଯିବେ। ଏହି ମେଲଣରେ ହଜାରେ ଲୋକ ହେବେ। ତାଙ୍କୁ ଲୋକେମାନେ ଲୋଡିଛନ୍ତି, ସେ ନିଶ୍ଚିତ ଯିବେ । ତାଙ୍କ ଘରକୁ ସକାଳ ହେଲେ ୧୦୦ ଲୋକ ଆସୁଛନ୍ତି । ସେ କ’ଣ ଲୋକଙ୍କୁ ପଳାଇବା ପାଇଁ କହିବେ ? ଲୋକ ହେଉଛନ୍ତି ତାଙ୍କ ଭଗବାନ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାକୁ ନବୀନ ବାବୁ ସମର୍ଥନ କଲେ। ସେଥିପାଇଁ ସବୁ ବନ୍ଦବାନ୍ଦ କରି ପକାଇଲେ। ହେଲେ ପଞ୍ଜାବରେ ଶ୍ରମିକମାନଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯାଉଥିବା ବେଳେ ନବୀନ ବାବୁ ୧୦୦୦ ଟଙ୍କା ଦେଉଛନ୍ତି। ଯଦି ନବୀନ ବାବୁ ଶ୍ରମିକମାନଙ୍କୁ ଦୁଇ ହଜାର ଟଙ୍କା ଦେବେ, ଆମେ ଖୁସି ହେବୁ |
ଶ୍ରୀ ରାଉତରାୟ କହିଛନ୍ତି, ଏହି ଲକ୍ଡାଉନ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡ, ଷ୍ଟେସନ ଓ ବିଭିନ୍ନ ଛକମାନଙ୍କରେ ଲୋକମାନେ ପାଣି ଟୋପେ ପାଉ ନାହାନ୍ତି। ହେଲେ ନବୀନ ବାବୁ ପୁଲିସ୍ ଲଗାଇ ଦୋକାନ ବଜାର ସବୁ ବନ୍ଦ କରି ଦେଉଛନ୍ତି। ବନ୍ଦ କରିଦେଲେ କ’ଣ କରୋନା ପଳାଇବ। ଯଦି ମୁଖ୍ୟମନ୍ତ୍ରୀ ସାତ ଦିନ ଏପରି ବନ୍ଦ କରିବେ, ତାହାହେଲେ ସମ୍ଭାଳି ପାରିବେ ନାହିଁ ବୋଲି ସେ ମତ ରଖିଛନ୍ତି |