33.1 C
Bhubaneswar
Thursday, April 25, 2024
Homeକରୋନାକରୋନା ଭୁତାଣୁର ପ୍ରତିରୋଧ ପାଇଁ ବ୍ୟବହୃତ ହେବ ମ୍ୟାଲେରିଆ ଔଷଧ ‘ହାଇଡ୍ରକ୍ସିକ୍ଲୋରୋକ୍ୱିନ୍‌’ : ଆଇସିଏମ୍ଆର

କରୋନା ଭୁତାଣୁର ପ୍ରତିରୋଧ ପାଇଁ ବ୍ୟବହୃତ ହେବ ମ୍ୟାଲେରିଆ ଔଷଧ ‘ହାଇଡ୍ରକ୍ସିକ୍ଲୋରୋକ୍ୱିନ୍‌’ : ଆଇସିଏମ୍ଆର

 
ନୂଆଦିଲ୍ଲୀ: କରୋନାର ଭୁତାଣୁର ଭୟାବହତା ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ଲାଗିଛି | ଏହି ମାରାତ୍ମକ ଭୁତାଣୁର ପ୍ରତିଷେଧକ ନ ଥିବାରୁ ଆତଙ୍କ ଦେଖାଦେଇଛି | ହେଲେ ଏବେ ଇଣ୍ଡିଆନ୍ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର)ର ଅନୁମତି କିଛି ଆଶା ସଂଚାର କରିଛି | ଜରୁରୀ କ୍ଷେତ୍ରରେ କରୋନା ନିରାକରଣ ପାଇଁ ମ୍ୟାଲେରିଆ ଔଷଧ ‘ହାଇଡ୍ରକ୍ସିକ୍ଲୋରୋକ୍ୱିନ୍‌’ ବ୍ୟବହାର ପାଇଁ ଆଇସିଏମ୍ଆର ସୁପାରିଶ କରିଛି।
କିନ୍ତୁ ପୂର୍ବରୁ ଏଚ୍‌ଆଇଭି ଔଷଧ କରୋନା ମୁକାବିଲାରେ ଭାରତର ଜୟପୁର ଏବଂ ଅନ୍ୟ କିଛି ଦେଶରେ ବ୍ୟବହାର କରାଯାଇସାରିଛି। ଫଳରେ ଏବେ ମ୍ୟାଲେରିଆ ଔଷଧର ବ୍ୟବହାର ପାଇଁ କୁହାଯିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି।
ହେଲେ ‘ହାଇଡ୍ରକ୍ସିକ୍ଲୋରୋକ୍ୱିନ୍‌’କୁ ଏକ ଆଣ୍ଟି ବାୟୋଟିକ୍‌ ମେକାନିଜିମ୍‌ ଭାବେ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଫ୍ରାନ୍ସରେ ଏକ ଗବେଷଣାରୁ ଜଣାପଡ଼ିଛି। ଏନେଇ ବୈଜ୍ଞାନିକମାନେ ମତ ରଖିଛନ୍ତି ଯେ , ଏହାର ବୃହତ୍‌ ଆକାରରେ ପରୀକ୍ଷା ଏଯାଏ ହୋଇନଥିବାରୁ ଏହାକୁ ପ୍ରୟୋଗ ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ହାଇରିସ୍କ ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ବ୍ୟବହାର କରିବାକୁ କୁହାଯାଇଛି ।ଆଇସିଏମ୍‌ଆରର ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ଏହି ଔଷଧ କିପରି, କେତେବେଳେ ଏବଂ ରୋଗୀ କେଉଁ ସ୍ତରରେ ଥିଲେ ବ୍ୟବହାର କରାଯିବ ବୋଲି ଉଲ୍ଲେଖ କରି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଏହି ଔଷଧ ପ୍ରୟୋଗ କ୍ଷେତ୍ରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦରକାର ନାହିଁ। ସାଧାରଣ ଭାବେ ହାତ ଧୋଇବା, ମାସ୍କ ଆଦି ସୁରକ୍ଷା ନେବା ଓ ୧ ମିଟର ଦୂରତା ଅବଲମ୍ବନ କରିବା ଆଦି ପାଳନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking