25.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶସୁର ସାମ୍ରାଜ୍ଞୀ ପ୍ରଭା ଆତ୍ରେଙ୍କ ଦେହାନ୍ତ

ସୁର ସାମ୍ରାଜ୍ଞୀ ପ୍ରଭା ଆତ୍ରେଙ୍କ ଦେହାନ୍ତ

ପୁଣେ: ଦେଶର ସୁନାମଧନ୍ୟା ପ୍ରଖ୍ୟାତ ଶାସ୍ତ୍ରୀୟ ସଂଗୀତକାର, ଗାୟିକା, ଡ. ପ୍ରଭା ଆତ୍ରେଙ୍କ ଶନିବାର ଦିନ ପୁଣେ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁର କାରଣ ହୃଦ୍‌ଘାତଜନିତ ବୋଲି ଡାକ୍ତରୀ ଦଳ ସ୍ପଷ୍ଟ କରିଛନ୍ତି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ପରିଣତ ବୟସରେ ମଧ୍ୟ ସେ ସଂଗୀତ ସାଧନା ଜାରି ରଖିଥିଲେ । ଶନିବାର ଅପରାହ୍ନରେ ମୁମ୍ବାଇରେ ଏକ ଶାସ୍ତ୍ରୀୟ ମ୍ୟୁଜିକାଲ କନସର୍ଟରେ ସେ ଯୋଗଦେବାର ଥିଲା । ମାତ୍ର ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଦିନାନାଥ ମଙ୍ଗେସକର ହସ୍ପିଟାଲକୁ ନିଆଯିବା ବାଟରେ ସେ ମୃତ୍ୟୁବରଣ କରିଥିବା ପରିବାର ସୂତ୍ରରୁ ଜଣାପଡିଛି । ସଂଗୀତ କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ୩ ଥର ପଦ୍ମ ସମ୍ମାନ (୨୦୨୨ରେ ପଦ୍ମ ବିଭୂଷଣ, ୧୯୯୦ରେ ପଦ୍ମଶ୍ରୀ ଏବଂ ୨୦୦୨ରେ ପଦ୍ମ ଭୂଷଣ)ରେ ସମ୍ମାନିତ କରିଥିଲେ ।

ଏତଦ୍‌ବ୍ୟତୀତ ଗତ ଡିସେମ୍ବର ୨୫ ତାରିଖରେ ତାଙ୍କୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅଟଳ ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଭା ଆତ୍ରେଙ୍କ ନିଧନରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଅଜିତ୍ ପାୱାର ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆସନ୍ତା ମଙ୍ଗଳବାର ପରିବାର ସଦସ୍ୟଙ୍କ ଉପସ୍ଥିତି ସହ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଉଭୟ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking