32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଏନଟିଏକୁ ସୁପ୍ରିମ ନୋଟିସ

ଏନଟିଏକୁ ସୁପ୍ରିମ ନୋଟିସ

ନୂଆଦିଲ୍ଲୀ : ଆଜି ପୁଣି ନିଟ୍‌ ମାମଲକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ଭୁଲ୍‌ ହୋଇଥିଲେ ଶୀଘ୍ର ସୁଧାର ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ ନିଟ୍‌ ୟୁଜି ୨୦୨୪ ରେଜଲ୍ଟରେ ହୋଇଥିବା ହେରଫେରକୁ ନେଇ ଆବେଦନର ଆଜି ଶୁଣାଣି କରିଛନ୍ତି। ଏହି ସମୟରେ କୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ନିଟ୍‌ ୟୁଜି ପରୀକ୍ଷାରେ ହୋଇଥିବା କାଗଜପତ୍ର ଲିକ୍ ଏବଂ ଅନିୟମିତତା ସମ୍ପର୍କିତ ପିଟିସନ ଉପରେ ଜବାବ ମାଗିଛନ୍ତି। ଯଦି କାହା ପକ୍ଷରୁ ୦.୦୦୧% ବି ଭୁଲ୍‌ ହୋଇଥାଏ, ତେବେ ଏହାକୁ ସଂପୂର୍ଣ୍ଣ ଭାବେ ସୁଧାରିବା ଉଚିତ୍ ବୋଲି କୋର୍ଟ କଡା ଭାଷରେ କହିଛନ୍ତି। ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ଆମେ ସେମାନଙ୍କର କଠିନ ପରିଶ୍ରମକୁ ଭୁଲି ପାରିବୁ ନାହିଁ। ଆବେଦନକୁ ପ୍ରତିକୂଳ ମକଦ୍ଦମା ଭାବରେ ଗ୍ରହଣ କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖ କର ନାହିଁ। ଯଦି ପରୀକ୍ଷାରେ ପ୍ରକୃତରେ ହେରଫେର୍‌ ହୋଇଥାଏ ତେବେ ଏହାକୁ ସମୟ ପୂର୍ବରୁ ସୁଧାରନ୍ତୁ। ଏନଟିଏ ଜୁଲାଇ ୮ ତାରିଖରେ ପ୍ରସ୍ତୁତି ହୋଇ କୋର୍ଟ ସାମ୍ନାରେ ହାଜର ହୁଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିଟ୍‌ ୟୁଜି ପରୀକ୍ଷାରେ ପେପର୍‌ ଲିକକୁ ନେଇ ସିବିଆଇ ତଦନ୍ତ ଦାବି କରି ହୋଇଥିବା ଆବେଦନରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦିପ ମେହତାଙ୍କ ଖଣ୍ଡପୀଠ ଏନ୍‌ଟିଏକୁ ମଧ୍ୟ ଜବାବ ମାଗିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ଏନ୍‌ଟିଏକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking