30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଜ୍ଞାନବାପୀ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: କଥିତ ଶିବଲିଙ୍ଗର ସଂରକ୍ଷଣ ଜାରି ରହିବ

ଜ୍ଞାନବାପୀ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: କଥିତ ଶିବଲିଙ୍ଗର ସଂରକ୍ଷଣ ଜାରି ରହିବ

ନୂଆଦିଲ୍ଲୀ : ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଏକ ନିଷ୍ପତ୍ତି ଶୁଣାଇଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ଅନୁସାରେ କଥିତ ଶିବଲିଙ୍ଗ ମିଳିଥିବା ବଜୁଖାନାର ସଂରକ୍ଷଣ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ । ଏହା ପୂର୍ବରୁ କୋର୍ଟ ନଭେମ୍ବର ୧୨ ପର୍ଯ୍ୟନ୍ତ ସଂରକ୍ଷଣ ଆଦେଶ ଦେଇଥିଲେ । ଏପରି ସ୍ଥିତିରେ କୋର୍ଟ ଶୁକ୍ରବାର ଶୁଣାଣି କରି ସମୟସୀମା ବୃଦ୍ଧି ପାଇଁ ଆଦେଶ ଦେଇଛନ୍ତି ।

ଏହି ସଂରକ୍ଷଣ ଜାରି ରଖିବା ନିମନ୍ତେ ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଶଙ୍କର ଜୈନ ପ୍ରଧାନ ବିଚାରପତି ଜିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଦୁଇଜଣିଆ ବେଞ୍ଚ୍‌କୁ ନିବେଦନ କରିଥିଲେ । ଏହା ଉପରେ ଶୁଣାଣି କରି କୋର୍ଟ ମେ ୧୭ର ନିଜ ଆଦେଶକୁ ଜାରି ରଖିଛନ୍ତି । ଜ୍ଞାନବାପୀ ପରିସରରେ ଥିବା ଯେଉଁ ବଜୁଖାନାରୁ ଶିବଲିଙ୍ଗ ମିଳିଥିଲା, ତାକୁ ସଂରକ୍ଷିତ ରଖିବା ପାଇଁ ମେ ୧୭ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ଶିବଲିଙ୍ଗ ଥିବା ବଜୁଖାନାରେ ଯଥାସ୍ଥିତି ବଜାୟ ରଖିବା ନିମନ୍ତେ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିବା ବେଳେ ତାର ସଂରକ୍ଷଣ କରାଯାଇଛି । ଏହି ଆଦେଶ ସହିତ କୋର୍ଟ ମୁସ୍‌ଲିମ୍ ପକ୍ଷ ଦାଖଲ କରିଥିବା ଆବେଦନ ଉପରେ ଜବାବ ଦେବା ନିମନ୍ତେ ହିନ୍ଦୁ ପକ୍ଷଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking