27.1 C
Bhubaneswar
Wednesday, June 26, 2024
Homeଖେଳଆଇଓଏ ମାମଲାରେ ସୁପ୍ରିମକୋର୍ଟଙ୍କ ରୋକ୍‌: ଅଗଷ୍ଟ ୨୨ରେ ପରବର୍ତ୍ତୀ ଶୁଣାଣି

ଆଇଓଏ ମାମଲାରେ ସୁପ୍ରିମକୋର୍ଟଙ୍କ ରୋକ୍‌: ଅଗଷ୍ଟ ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଞ୍ଚାଳନ ଦାୟିତ୍ୱ ପ୍ରଶାସକ କମିଟି (ସିଓଏ)କୁ ପ୍ରଦାନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଦେଇଛନ୍ତି । ଫଳରେ ପ୍ରଶାସକ କମିଟି କୌଣସି ନିଷ୍ପତ୍ତି ନେଇପାରିବ ନାହିଁ । ମୁଖ୍ୟ ବିଚାରପତି ଏନ୍‌ଭି ରମନ୍ନା ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାର ତୁରନ୍ତ ଶୁଣାଣି ପାଇଁ ଆଓଏ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି । ସ୍ଥିତାବସ୍ଥା ବଜାୟ ରଖିବାକୁ ଖଣ୍ଡପୀଠ ଆଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ ତାରିଖରେ ହେବ ବୋଲି କହିଛନ୍ତି ।

ସିଓଏ ନିଯୁକ୍ତିକୁୁ ଅନ୍ତର୍ଜାତୀୟ ସ୍ତରରେ ବାହାର ହସ୍ତକ୍ଷେପ ଭାବେ ଦେଖାଯାଉଥିବାରୁ ଏହା ଏକ ସମ୍ବେଦନଶୀଳ ଜାତୀୟ ମାମଲା ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଜଣାଇଥିଲେ । ଏପରି ସ୍ଥିତି ଆଓଏକୁ ନିଲମ୍ବିତ କରାଯାଇପାରେ ବୋଲି ମେହେଟା କହିବା ସହ ଫିଫା ଦ୍ୱାରା ଭାରତୀୟ ଫୁଟ୍‌ବଲ୍ ମହାସଂଘର ନିଲମ୍ବନ ଉଦାହରଣ ମଧ୍ୟ ଦେଇଥିଲେ । ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଭାରତୀୟ ଅଲିମ୍ପିକ୍ ସଂଘ ସଞ୍ଚାଳନ ଦେଖିବା ନିମନ୍ତେ ତିନି ସଦସ୍ୟ ପ୍ରଶାସକ କମିଟି (ସିଓଏ) ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କମିଟିରେ ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଅନୀଲ୍ ଆର୍ ଦବେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର୍ ଡା. ଏସ୍‌ୱାଇଁ କୁରେଶୀ ଏବଂ ବିଦେଶ ମନ୍ତ୍ରଣାଳୟର ପୂର୍ବତନ ସଚିବ ବିକାଶ ସ୍ୱରୂପ କମିଟିରେ ସାମିଲ ଥିଲେ । ସୂଚନାଯୋଗ୍ୟ, ଅସଲମ୍ ଶେର୍ ଖାନ୍‌ଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଇଓଏ ସଭାପତି ନରିନ୍ଦର ବତ୍ରାଙ୍କୁ ଆଜୀବନ ସଭାପତି ପଦରୁ ବରଖାସ୍ତ କରିଥିଲେ । ଫଳରେ ବତ୍ରାଙ୍କୁ ଆଇଓଏ ଏବଂ ଏଫ୍‌ଆଇଏଚ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking