26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ । ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ । ବିଧାନସଭା ନିର୍ବାଚନ ସହ ରାଜ୍ୟ ମାନ୍ୟତା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଲଦାଖକୁ କେନ୍ଦ୍ରଶାସିତ ଘୋଷିତ ନିଷ୍ପତ୍ତି ବଳବତ୍ତର ।

୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଥିଲା । ଏହି ଉଚ୍ଛେଦ ଓ ଜାମ୍ମୁ କାଶ୍ମୀର ପୁନଃଗଠନ ଅଧିନିୟମ ୨୦୧୯କୁ ଆହ୍ୱାନ କରି ବହୁ ଯାଚିକା ସମ୍ବିଧାନ ପୀଠକୁ ପଠାଯାଇଥିଲା । ଏହା ଉପରେ ବହୁଦିନ ପର୍ଯ୍ୟନ୍ତ ଶୁଣାଣୀ ହେବା ପରେ ଆଜି ସର୍ବୋଚ୍ଚ ନ୍ୟାୟଳୟ ନିଜର ରାୟ ଶୁଣାଇଛନ୍ତି । ୫ ଅଗଷ୍ଟ ୨୦୧୯ରେ ଜାମ୍ମୁ କାଶ୍ମୀର ଉପରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି ।

ସେହିପରି ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଉପରେ ଟିପ୍ପଣୀ ରଖି ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି କୋର୍ଟ ଏହା ଉପରେ ନିଷ୍ପତ୍ତି ଶୁଣାଇବାର ଆବଶ୍ୟକତା ନାହିଁ । କାରଣ ଆବେଦନକର୍ତ୍ତା ଏହା ଉପରେ କୌଣସି ଆବେଦନ କରିନାହାନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ରାଷ୍ଟ୍ରପତି ଶାସନ ସମୟରେ ରାଜ୍ୟ ପକ୍ଷରୁ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଆହ୍ୱାନ କରାଯାଇପାରିବ ନାହିଁ । ଏହାଦ୍ୱାରା ରାଜ୍ୟ ଶାସନ ଠପ୍ ହୋଇଯିବ ।

୩୭୦ ଧାରା ଉଚ୍ଛେଦ ବୈଧ : ସୁପ୍ରିମକୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking