35.3 C
Bhubaneswar
Saturday, April 11, 2026
Homeଓଡିଶାଗ୍ରୀଷ୍ମ ପ୍ରବାହ: ଶନିବାରଠାରୁ ୧୬ ଯାଏଁ ଗରମ ଅନୁଭୂତ

ଗ୍ରୀଷ୍ମ ପ୍ରବାହ: ଶନିବାରଠାରୁ ୧୬ ଯାଏଁ ଗରମ ଅନୁଭୂତ

ଭୁବନେଶ୍ଵର: ଗୁଳୁଗୁଳିରେ ଶନିବାରଠାରୁ ସନ୍ତୁଳି ହୋଇଯିବ ଉପକୂଳ ଓଡ଼ିଶା । ୧୬ ଯାଏଁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ଲୋକେ ଗରମ, ଗୁଳୁଗୁଳିରେ ନୟାନ୍ତ ହେବେ। ୧୩ରୁ ନିଆଁ ମାଡ଼ ହେବ ପଶ୍ଚିମ ଓଡ଼ିଶାରେ। ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ସୋମ‌ବାର ବେଳକୁ ବଲାଙ୍ଗିର ୪୬ ଡିଗ୍ରୀ ଓ ବରଗଡ଼ ୪୫ ଡିଗ୍ରୀ ସେଲସିୟସ୍ ତାତିରେ ଜଳୁଥିବେ। ଭୁବନେଶ୍ଵର ବି ୩୯ ଡିଗ୍ରୀ ତାଉରେ ଡହଡହ ହୋଇ ସିଝୁଥିବ। ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ। ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଖ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଏବଂ ୧୩ ଓ ୧୪ ତାରିଖରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ) ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରା‌ଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବାବେଳେ ଲୋକେ ସତର୍କ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking