30.1 C
Bhubaneswar
Sunday, June 16, 2024
Homeଓଡିଶାସମୟର ଆହ୍ୱାନ ସତ୍ୱେ ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ ଅତୁଟ ରହିବ

ସମୟର ଆହ୍ୱାନ ସତ୍ୱେ ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ ଅତୁଟ ରହିବ

ଭୁବନେଶ୍ୱର: ସୁଯୋଗକୁ ବ୍ୟବହାର କରି ସବୁ ପରିସ୍ଥିତିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ । କାରଣ ଅଭିଜ୍ଞତା
ମନୁଷ୍ୟର ସବୁଠାରୁ ଶ୍ରେଷ୍ଠ ଶିକ୍ଷକ ବୋଲି କହିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌
ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ।
ଦୀର୍ଘ ସମୟ ଧରି ବୁର୍ଲାସ୍ଥିତ ଭିଏସ୍‌ଏସ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ସାହୁ
କହିଥିଲେ ଯେ ସେ ସମସ୍ତଙ୍କ ଠାରୁ ଶିଖିବାକୁ ଚେଷ୍ଟା କରିଛନ୍ତି । “ଯେତେବେଳେ ଡାକ୍ତର ଭାବେ କାର୍ଯ୍ୟ କରିଛି ନର୍ସଙ୍କ
ଠାରୁ , ଫାର୍ମାସିଷ୍ଟମାନଙ୍କ ଠାରୁ ଏପରିକି ରୋଗୀମାନଙ୍କ ଠାରୁ ଶିଖିଛି ।” ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ
ଶନିବାର ଆୟୋଜିତ ସୋଆ ଫର୍ଟନାଇଟଲି ଏକାଡେମିକ୍ ଲେକ୍‌ଚର ସିରିଜ୍ ଅବସରରେ ଏହା କହିଛନ୍ତି ପ୍ରଫେସର
ସାହୁ ।
“ଛାତ୍ର-ଶିକ୍ଷକ ସମ୍ପର୍କ-ଏକ ଭଗବତ୍ ପ୍ରଦତ ଉପହାର” ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ଡଃ ସାହୁ କହିଥିଲେ ଯେ
ସମୟାନୁବର୍ତୀତା, ସହାନୁଭୁତି ଏବଂ ନିଃସ୍ୱାର୍ଥପର ମନୋଭାବ ଶିକ୍ଷକ-ଛାତ୍ର ସମ୍ପର୍କକୁ ବୃଦ୍ଧି ପାଇବାରେ ସାହାଯ୍ୟ କରେ ।
ବର୍ତମାନର ବଜାର ପରିଚାଳିତ ପୃଥିବୀର ବାତାବରଣରେ ହୁଏତ ଏହି ସମ୍ପର୍କରେ ଭଟ୍ଟା ଆସିଥାଇପାରେ । ମାତ୍ର ଶିକ୍ଷକଛାତ୍ର ମଧ୍ୟରେ ଥିବା ଭଗବତ ସଂପର୍କ ଅତୁଟ ରହିବ ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏବଂ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜ ଡଃ
ନଚିକେତା କେ. ଶର୍ମା ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking