18.1 C
Bhubaneswar
Saturday, November 23, 2024
Homeଓଡିଶାକର୍କଟରୁ ରକ୍ଷା ପାଇବା ନିମନ୍ତେ ସୁସ୍ଥ ଜୀବନଚର୍ଯ୍ୟା ଆବଶ୍ୟକ

କର୍କଟରୁ ରକ୍ଷା ପାଇବା ନିମନ୍ତେ ସୁସ୍ଥ ଜୀବନଚର୍ଯ୍ୟା ଆବଶ୍ୟକ

ଭୁବନେଶ୍ୱର : ସୁସ୍ଥ ଜୀବନଚର୍ଯ୍ୟା ଓ ଶରୀରର ନିୟମିତ ପରୀକ୍ଷା ଦ୍ୱାରା କର୍କଟ ରୋଗକୁ ନିଜଠାରୁ
ଦୂରରେ ରଖିବା ସମ୍ବବ ଅଟେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡ) ଅଶୋକ
କୁମାର ମହାପାତ୍ର କହିଛନ୍ତି ।
ବଂଶଗତ ଭାବେ କର୍କଟ ରୋଗ ପରିବାର ମଧ୍ୟରେ ଦେଖାଦେଇପାରେ ମାତ୍ର ଧୂମ୍ରପାନ, ନିଶାସେବନ, ଖାଦ୍ୟ ଓ
ପରିଶ୍ରମ ବିହୀନ ଜୀବନ ମଧ୍ୟ ଏହାର କାରଣ ହୋଇପାରେ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।
ଜଣେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶାରଦ ଭାବେ ପରିଚିତ ପ୍ରଫେସର ମହାପାତ୍ର ସୋଆ ଏନ୍‌ଏସ୍‌ଏସ୍ ସଭ୍ୟମାନଙ୍କ
ସହିତ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାର୍ତାଳାପ କରି ଏହା
କହିଥିଲେ ।
ସେ କହିଥିଲେ ଯେ ପ୍ରତ୍ୟେକ ମନୁଷ୍ୟ ଶରୀରରେ କ୍ୟାନ୍ସର ଜିନ୍ ସୁପ୍ତ ଅବସ୍ଥାରେ ରହିଥାଏ । ମାତ୍ର ଏହା ହଠାତ୍‌
ସକ୍ରିୟ ହୋଇ କର୍କଟ ରୋଗ ସୃଷ୍ଟି କରେ । ମନୁଷ୍ୟର ଯେ କୌଣସି ବୟସରେ ଏହି ରୋଗ ହୋଇପାରେ ।
ମହିଳାମାନଙ୍କ ମଧ୍ୟରେ ବିଶେଷ ଭାବେ ସ୍ତନ, ଜରାୟୁ ବା ଡିମ୍ବାଶୟରେ କର୍କଟ ହେଉଥିବା ବେଳେ ପୁରୁଷ
ମାନଙ୍କ କ୍ଷେତ୍ରରେ ମୁଖ, ଖାଦ୍ୟନଳୀ ବା ପାକସ୍ଥଳୀ କର୍କଟ ଦେଖାଯାଇଥାଏ ।
ଏହି କାର୍ଯ୍ୟକ୍ରମରେ ସୋଆ ଏନ୍‌ଏସ୍‌ଏସ୍‌ରର ମୁଖ୍ୟ ସଂଯୋଜକ ଡକ୍ଟର ନଚିକେତା ଶର୍ମା ଓ ଅନ୍ୟ
କର୍ମକର୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking